କେମିତି ଆହତ ହେଲେ ମମତା ବାନାର୍ଜୀ ? ଘଟଣା ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

କୋଲକାତା: ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବାବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିକିତ୍ସା କୋଲକାତା SSKM ହସ୍ପିଟାଲରେ ଚାଲିଛି। ଏକ ଡାକ୍ତରୀ ଟିମ୍ ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି। ମମତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଗତକାଲି ହସ୍ପିଟାଲ୍‌କୁ ଯାଇ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଅନ୍ୟପଟେ ମମତାଙ୍କ ଆହତ ହେବା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମମତାଙ୍କ ଆହତ ହେବା ଘଟଣାକୁ ନାଟକବାଜୀ କହିଛି ବିଜେପି। ସେପଟେ କଂଗ୍ରେସ ବି ଏହାକୁ ନେଇ ପ୍ରଶ୍ନବାଚୀ ଉଠାଇଛି। ଏତେ ସୁରକ୍ଷାବଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କିପରି ଆକ୍ରମଣ ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ।

ଗତକାଲି ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହଳଦିଆ ଯାଇଥିଲେ। ରାଲି ଚାଲିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ମମତା ଅଭିଯୋଗ କରିଥିଲେ। ଘଟଣାରେ ନିର୍ବାଚନ କମିଶନ ପଶ୍ଚମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତ।

ତେବେ ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଉଠେ, ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ବଳୟ ଭିତରେ ନିର୍ବାଚନୀ ପ୍ରଚାରରେ ଯାଉଥିବାବେଳେ କେମିତି ଆକ୍ରମଣ ହେଲା ?  କେମିତି ଆହତ ହେଲେ ମମତା ? ଏହା ଆକ୍ରମଣ ଥିଲା ନା ଦୁର୍ଘଟଣା ? ନା ଏହାପଛରେ ରହିଛି ଆଉ କିଛି କାରଣ ?

ଗତକାଲିର ଘଟଣା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ। ଏମାନେ ମମତାଙ୍କ ଉପରେ ଆକ୍ରମଣ ବେଳେ ସେଠାରେ ଉପସ୍ଥିତ ଥିଲେ। ମମତାଙ୍କୁ ଦେଖିବାକୁ ପହଞ୍ଚିଥିବା ବେଳେ ଏହି ଘଟଣା ହୋଇଥିବା ସେମାନେ କହିଛନ୍ତି। ନିଉଜ-୧୮ର ତଥ୍ୟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ରାଲିରେ ମମତା ଯାଉଥିବା ବେଳେ କାରର ଡୋର୍ ନିକଟରେ ଛିଡ଼ା ହୋଇଥିଲେ ଏବଂ କାରର ଡୋର ଖୋଲା ଥିଲା। ସମୟ ପ୍ରାୟ ୬.୧୫ ହେବ।  ଏହି ସମୟରେ ହଠାତ୍‌ କିଛି ଲୋକ ମମତା ପାଖଙ୍କୁ ପଶି ଆସିଲେ ଏବଂ କାରର ଡୋର୍‌ରେ ଧକ୍କା ଖାଇଥିଲେ। ଫଳରେ କାରର ଡୋର ମମତାଙ୍କ ଦେହରେ ବାଜିଥିଲା ଏବଂ ସେ ତଳେ ପଡି ଯାଇଥିଲେ । କାରର ଡୋର ତଙ୍କର ବାମ ଗୋଡ଼ ବାଜିଥିଲା। ଗୋଡ ଫୁଲି ଯାଇଥିବା ସେ କହିଛନ୍ତି। ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ମଧ୍ୟ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଅନ୍ୟଏକ ସୂତ୍ରରୁ ଜଣାଯାଇଛି,  ଯେଉଁମାନେ ମମତାଙ୍କୁ ଦେଖିବାକୁ ଆସିଥିଲେ ସେମାନେ ତାଙ୍କ ଲୋକ ଥିଲେ। ଏହି ସବୁ ବୟାନ ଆସିବା ପରେ ଘଟଣାକୁ ନେଇ ଏକ  ନୂଆ ଦିଶା ମିଳିଛି ।

ସୂଚନାଥାଉ କି,ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ସେ ଇଷ୍ଟ ମିଦିନାପୁରର ବିରୁଲିଆ ବଜାରରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ୪/୫ ଜଣ ଲୋକ ଆକ୍ରମଣ କରିଥିଲେ । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୬.୨୮ରେ ଘଟଣା ଘଟିଥିଲା। ସେଠାରେ ଲୋକ ଗହଳି ହୋଇଥିବାରୁ ମମତା ତଳେ ପଡି ଯାଇଥିଲେ। ଏ ସବୁ ଖୁବ୍‌ କମ୍‌ ସମୟ ମଧ୍ୟରେ ହୋଇଥିଲା। ତୁରନ୍ତ ସିକ୍ୟୁରିଟି ଗାର୍ଡ ଯାଇ ମମତାଙ୍କୁ ଭିଡ ଭିତରୁ ଆଣି ନିଜ କାରରେ ବସାଇଥିଲେ। ସେତେବେଳେ ତାଙ୍କ ଗୋଡରେ ଖୁବ୍‌ ଯନ୍ତ୍ରଣା ହେବ ସହ ଚେଷ୍ଟ ପେନ୍‌ ହେଉଥିବା ମମତା ସିକ୍ୟୁରିଟି ଗାର୍ଡ଼କୁ କହିଥିଲେ।

You might also like