ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ନୂଆଦିଲ୍ଲୀ: ଭାରତର ଘନିଷ୍ଠ ବନ୍ଧୁ ବୋଲି ପୁଣିଥରେ ପ୍ରମାଣିତ କରିଛି ମାଲଦୀପ । ଚଳିତବର୍ଷ ପ୍ରାରମ୍ଭରେ ମାଲଦୀପ ଆଇଆଇସିରେ ଭାରତର ସାଥ ଦେବା ପରେ ଏବେ ସାର୍କ ବୈଠକରେ ପାକିସ୍ତାନର ଆଉ ଏକ  ଉଦ୍ୟମକୁ ବିଫଳ କରି ଦେଇଛି। ସାର୍କ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ପୁଣିଥରେ ଇସ୍‌ଲାମବାଦରେ ସାର୍କ ସମ୍ମିଳନୀ କରିବା ପ୍ରସଙ୍ଗ ଉଠାଇଥିଲା ଯାହା ମାଲଦୀପର ହସ୍ତକ୍ଷେପ ପରେ ରୋକା ଯାଇଥିଲା। ସୂଚନାଥାଉ କି, ୨୦୧୬ରେ ଏହି ସମ୍ମିଳନୀ ଇସ୍‌ଲାମବାଦରେ ହେବାର ଥିଲା। ହେଲେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ମାଲଦୀପର ବିଦେଶ ମନ୍ତ୍ରୀ ଅବ୍‌ଦୁଲା ଶାହିଦ୍‌ କହିଛନ୍ତି, ଏବେ କରୋନାକୁ ନେଇ ସାରା ପୃଥବୀ ଚିନ୍ତାରେ। ପାକିସ୍ତାନ ହୋଷ୍ଟରେ ସାର୍କ ସମ୍ମିଳନୀ ହେବା ନେଇ ଆଲୋଚନା କରିବା ସମୟ ଏହା ନୁହେଁ। ମାଲଦୀପ ସାର୍କ ସମ୍ମିଳନୀ ଉପରେ ପ୍ରଶ୍ନ ଉଠାଇବା ପରେ ପାକିସ୍ତାନର ସାର୍କ ଆୟୋଜକ ପ୍ରସ୍ତାବକୁ ସହମତି ମିଳିଲା ନାହିଁ ଯାହା ଫଳରେ ତାହା ବାତିଲ ହୋଇଗଲା।

ସୂଚନାଥାଉ କି, ପାକିସ୍ତାନ ୨୦୧୬ରେ ଇସ୍‌ଲାମବାଦ୍‌ରେ ସାର୍କ ସମ୍ମିଳନୀ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଭାରତ  ବିରୋଧ କରିବାରୁ ଏହା ସଫଳ ହୋଇ ପାରି ନ ଥିଲା। ୨୦୧୬ରେ ଉରୀ, ପଠାନକୋଟ ଏବଂ ପୁଲୱାମା ପରି ଆତଙ୍କୀ ଆକ୍ରମଣ ହୋଇଥିଲା ଯାହାକୁ ଦେଖିବା ପରେ ଭାରତ ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ଛିଣ୍ଡାଇ ଦେଇଥିଲା। ଏହା ପରଠାରୁ ଭାରତ ପାକିସ୍ତାନରେ ହେବାକୁ ଥିବା ସାର୍କ ସମ୍ମିଳନୀକୁ ବିରୋଧ କରିଆସୁଛି।

 

ଆହୁରି ପଢ଼ନ୍ତୁ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଏଥର କଟକରେ ହେବନି ବାଲିଯାତ୍ରା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

You might also like