ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ:  ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ। ମୁଖ୍ୟମନ୍ତ୍ରୀ  ଉଦ୍ଧବ ଠାକେରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ ରହିଥିଲା । ଗୃହମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ରହିଛି ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବରୁ କହିଥିଲେ । ପାଓ୍ୱାରଙ୍କ ପ୍ରେସମିଟରେ ଏଭଳି ବୟାନ ପରେ ମନ୍ତ୍ରିମଣ୍ଡଳରୁ ଦେଶମୁଖ ବିଦା ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା, ତେବେ ସେ ନିଜେ ଆଜି ଇସ୍ତଫା ଦେଇଛନ୍ତି ।

 

You might also like