ଏହି ସହରରେ ଆଉ ୨ ସପ୍ତାହ ଯାଏ ବଢିପାରେ ଲକଡାଉନ ଅବଧି

ମୁମ୍ବାଇ: ମହାମାରୀ କରୋନା ପାଇଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ମହାରାଷ୍ଟ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା।

ବୈଠକ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନଥିଲେ ହେଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ  ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯୋଜନା କରିଛନ୍ତି।

ସେହିପରି କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଯେଉଁ ପରିବାରର ବାର୍ଷିକ ଆୟ ୧୫ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ଥିବ ସେମାନଙ୍କୁ ରିହାତି ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଶିବ ଥାଲି ଯୋଜନାରେ ସମସ୍ତ ଲୋକଙ୍କୁ ୩ ମାସ ଯାଏ ୫ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ। ପୂର୍ବରୁ ୧୦ ଟଙ୍କା ଏହା ମିଳୁଥିଲା।

You might also like