ସେରମ୍ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟଙ୍କ ବିରୋଧରେ ହେବ କି FIR?

ମାମଲା ରୁଜୁ ହେବ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାକୁ ନେଇ ବିବାଦ ଦେଖାଯାଉଛି। ସଠିକ୍‌ ସମୟରେ ଟିକା ମିଳୁନଥିବା କଥା ସାମ୍ନାକୁ ମଧ୍ୟ ଆସିଛି। ତେବେ ଏହାରି ମଧ୍ୟରେ କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି। ସୂଚନା ଅନୁସାରେ, ଲକ୍ଷ୍ନୌର ଜଣେ ବ୍ୟକ୍ତି ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ କହିଛନ୍ତି ,ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିଜେନ ବଢୁନାହିଁ। ତେଣୁ ସେ ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁୁଁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।

ଲକ୍ଷ୍ନୌର ଆଶିଆନା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗକାରୀ ପ୍ରତାପ ଚନ୍ଦ୍ର ପୁନାଓ୍ୱାଲାଙ୍କ ବ୍ୟତୀତ ସ୍ୱାସ୍ଥ୍ୟ ବିଭାବର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ, ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗଭ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଅପର୍ଣ୍ଣା ଉପାଧ୍ୟାୟ ଇତ୍ୟାଦିଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ ପତ୍ରରେ କହିଛନ୍ତି ଏପ୍ରିଲ ୮ରେ ସେ କୋଭିସିଲ଼୍ଡର ପ୍ରଥମ ଟିକା ନେଇଥିଲେ। ଏପ୍ରିଲ ୨୮ରେ ଦ୍ୱିତୀୟ ଟିକା ନେବାର ଥିଲା। କିନ୍ତୁ ସରକାର ଦ୍ୱିତୀୟ ଟିକା ନେବାର ଅବଧି ୬ ସପ୍ତାହକୁ ବଢ଼ାଇ ଦେଇଥିଲେ। ପରେ ସରକାର ଏହାକୁ ୧୨ ସପ୍ତାହକୁ ବଢ଼ାଇଛନ୍ତି।

ଏହାସହ ସେ କହିଛନ୍ତି ଯେ, ଟିକା ନେବା ପରେ ଅସୁସ୍ଥ ଅନୁଭବ କରୁଛନ୍ତି। ପ୍ରଥମ ଟିକା ନେବା ପରେ ସରକାରୀ ସ୍ୱୀକୃତିପାପ୍ତ ପରୀକ୍ଷାଗାରରେ ଆଣ୍ଟିବଡି ଶରୀରରେ କେତେ ଅଛି ପରୀକ୍ଷା କରାଇଥିଲେ। ଯେଉଁଥିରେ ରିପୋର୍ଟ ଆସିଥିଲା କୌଣସି ଆଣ୍ଟିବଡି ବଢ଼ିନାହିଁ। ବରଂ ତାଙ୍କ ଶରୀରରେ ଥିବା ପ୍ଲେଟିଲେଟସ ୩ ଲକ୍ଷରୁ ୧.୫ ଲକ୍ଷରୁ ଖସି ଆସିଥିବା ସେ କହିଛନ୍ତି। ଯାହାକୁ ନେଇ ସେ ଅସୁରକ୍ଷିତ ବୋଲି କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ପୋଲିସ ଯଦିଓ ଅଭିଯୋଗ ଗ୍ରହଣ କରିଛି ବେଲେ ଏଫଆଇଆର ରୁଜୁ ହୋଇନଥିବା ଜଣାପଡ଼ିଛି। ପୁଲିସ ଏହି ମାମଲାକୁ ଗୁରୁତର ସହ ନେବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି ବୋଲି କହିଛି। ତେବେ ଅଭିଯୋଗକାରୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ଯଦି ଏଫଆଇଆର ରୁଜୁ ନକରିବ ତାହେଲେ ପ୍ରତାପ ଚନ୍ଦ୍ର କୋର୍ଟର ଦ୍ୱାରସ୍ଥ୍ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସେପଟେ, ସାରା ଦେଶରେ ଏବେ କରୋନା ଟିକା ପାଇଁ ହାହାକାର ପଡ଼ିଛି । ସମସ୍ତେ ଟିକା ନେବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷାରେ ଅଛନ୍ତି । ହେଲେ ଟିକା ଅଭାବ ରହିଛି । ଅନେକ ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟୀକାକରଣ କେନ୍ଦ୍ର ଏବେ ବନ୍ଦ କରିଦିଆଯାଇଛି । ତେବେ ଏହାରି ଭିତରେ ଖବର ଆସିଛି ଯେ, କେନ୍ଦ୍ର ସରକାର ଏବେ ଦିନକୁ ଏକ କୋଟି ଲୋକଙ୍କୁ ଟିକାକରଣ କରିବାର ଯୋଜନା କରୁଛନ୍ତି । ସୂଚନାନୁସାରେ, ଜୁଲାଇ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରୁ ଏହା ସମ୍ଭବ। ହେବ । ଏବେ ସରକାର ଏହି ଯୋଜନକୁ ସଫଳ କରିବା ପାଇଁ ପ୍ରତ୍ୟେକ ଦିନ ୩୦ ରୁ ୩୨ କୋଟି ଟିକା ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ।

You might also like