୭୦୦ ଟଙ୍କା କମ୍‌ରେ ପାଇବେ ଏଲପିଜି ସିଲିଣ୍ଡର ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦରବୃଦ୍ଧି ଏବେ ଆକାଶ ଛୁଆଁ ହୋଇଛି। ସବ୍‌ସିଡି ଯୁକ୍ତ ସିଲିଣ୍ଡରର ଦାମ୍‌ ୨୦୨୧ ବର୍ତ୍ତମାନ ସୁଦ୍ଧା ୨୨୫ଟଙ୍କା ବୃଦ୍ଧି ଘଟିଲାଣି। ଦିଲ୍ଲୀରେ  ସବ୍‌ସିଡି ଯୁକ୍ତ ୧୫୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ ୮୧୯ ଟଙ୍କା ରହିଛି। ତେବେ ଖାଉଟିମାନଙ୍କ ପାଇଁ ଏକ ଖୁସି ଖବର। ଆପଣ ଚାହିଁଣେ ଏଲପିଜି ସିଲିଣ୍ଡର ଦରରେ ୭୦୦ ଟଙ୍କାର ଛୁଟ୍‌ ପାଇ ପାରିବେ । ଅର୍ଥାତ୍‌ ଯଦି ସିଲିଣ୍ଡର ଦାମ୍‌ ୮୧୯ ଟଙ୍କା ହୋଇଥାଏ ତେବେ ଆପଣଙ୍କୁ ମାତ୍ର ୧୧୯ ଟଙ୍କା ଦେବାକୁ ପଡ଼ିବ। ନିଉଜ-୧୮ ସୂତ୍ରରୁ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଏପରି ସୁବିଧା ପେଟିଏମ ( Paytm)ପକ୍ଷରୁ ଯୋଗାଇ ଦିଆଯାଉଛି।

ଯଦି ଆପଣ ପେଟିଏମ୍‌ ( Paytm)ରେ ନିଜର ଏଲପିଜି ସିଲିଣ୍ଡର ବୁକ୍‌ କରିବେ ତେବେ ଆପଣଙ୍କୁ ୭୦୦ ଟଙ୍କା କ୍ୟାଶବ୍ୟାକ୍‌ ମିଳିବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଦେଶରେ ଅଧିକାଂଶ ସ୍ଥାନରେ ସବ୍‌ସିଡି ପରେ ଏଲପିଜି ଦାମ୍‌ ୮୧୯ ଟଙ୍କା ଥିବାବେଳେ ପେଟିଏମରୁ ଗ୍ରାହକ ଏହି ସୁବିଧା ଉଠାଇ ପାରିବେ ।

କେମିତି ଉଠାଇବେ ଏହି ଲାଭ ?

  • ଯଦି ଆପଣଙ୍କ ଫୋନରେ ପେଟିଏମ ( Paytm)ଆପ୍‌ ନାହିଁ, ତେବେ ତୁରନ୍ତ ଡାଉନଲୋଡ କରନ୍ତୁ।
  • ଏହାପରେ ପେଟିଏମକୁ ଯାଇ Show more ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ‘recharge and pay bills’ କୁ ଯିବେ।
  • ଏହାପରେ ‘book a cylinder’ ଅପ୍ସନ ଖୋଲନ୍ତୁ।
  • ଏବେ ଭାରତ ଗ୍ୟାସ, ଏଚପି ଗ୍ୟାସ୍ ବା ଇଣ୍ଡେନ ଗ୍ୟାସ୍‌ ମଧ୍ୟରୁ ନିଜ ଗ୍ୟାସ୍‌ର ପ୍ରୋଭାଇଡର ପସନ୍ଦ କରନ୍ତୁ।
  • ରେଜିଷ୍ଟ୍ରେଡ ମୋବାଇଲ ନଂ କିମ୍ବା LPG ID ଲେଖନ୍ତୁ

ଏହା ପରେ ପେମେଣ୍ଟ ଅପ୍‌ସନ ଲେଖିବ। ତେବେ ପେମେଣ୍ଟ କରିବା ପୂର୍ବରୁ ପ୍ରଥମ ଅଫର ଉପରେ FIRSTLPG’ ପ୍ରୋମୋ କାର୍ଡ ପକାଇବେ।

ତେବେ Paytmରେ ବୁକ୍‌ କରୁଥିବା ସମସ୍ତ ଉପଭୋକ୍ତାଙ୍କୁ ଏହି ଅଫର ମିଳିବ ନାହିଁ। ଯଦି ଆପଣ  Paytm ମାଧ୍ୟମରେ ପ୍ରଥମ ଥର ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍‌ କରୁଛନ୍ତି ତେବେ ଏହି ଅଫର ପାଇପାରିବେ। ତେବେ ଏଠି କହିରଖିବୁ, ଏହି ସୁବିଧା ଖୁବ୍‌ ଶୀଘ୍ରଶେଷ ହୋଇଯିବ। ମାର୍ଚ୍ଚ ୩୧ ତାରିଖ ୨୦୨୧ ଶେଷ ତାରିଖ ରହିଛି। ଅର୍ଥାତ୍‌ ଶସ୍ତାରେ ସିଲିଣ୍ଡର ପାଇବା ପାଇଁ ଆପଣଙ୍କ ହାତରେ ଆଉ ମାତ୍ର ୭ ଦିନ ବାକି ରହିଛି। ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାସ୍‌ବ୍ୟାକ୍‌ର ସ୍କ୍ରାଚ କାର୍ଡ ମିଳିଯିବ। ଏହି ସ୍କ୍ରାଚ୍‌ କାର୍ଡକୁ ୭ ଦିନ ଭିତରେ ବ୍ୟବହାର କରିବାକୁ ପଡ଼ିବ।

ଏହା ବତୀତ ଇଣ୍ଡେନ ଗ୍ୟାସ୍ ଉପଭୋକ୍ତା ଆମାଜନ୍‌ ପେ ଜରିଆରେ ବୁକ୍‌ କରି ୫୦ ଟଙ୍କା କ୍ୟାସବ୍ୟାକ୍‌ ପାଇପାରିବେ।

ଆହୁରି ପଢନ୍ତୁ : ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ନିଆଁ ଲାଗି ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଢ଼ୋଢ଼ା ଫାଟିଲା ସିଲିଣ୍ଡର

You might also like