କମିଲା ଏଲ୍ପିଜି ସିଲିଣ୍ଡରର ଦାମ
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଛି। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି।
ଏସବୁ ଭିତରେ ଅଣ-ସବସିଡି ଏଲ୍ପିଜି ସିଲିଣ୍ଡର ଗ୍ୟାସ ଦର କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି।
ଦିଲ୍ଲୀ ବ୍ୟତୀତ କୋଲକାତାରେ ଏହି ଅଣ-ସବସିଡି ଗ୍ୟାସର ଦାମ ୭୪୪.୫୦ ପଇସା, ମୁମ୍ୱାଇରେ ୭୧୪.୫୦ ପଇସା ଏବଂ ଚେନ୍ନାଇରେ ୭୬୧.୫୦ ପଇସା ହୋଇଛି।
ସୂଚନାଥାଉ କି, ଗତ ମାସରେ ମଧ୍ୟ ଏଲ୍ପିଜି ସିଲିଣ୍ଡରର ଦାମ କମିଥିଲା।