ବଢ଼ିପାରେ ଲକଡାଉନ ଅବଧି , ମୋଦି ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଅବଧି ବୃଦ୍ଧି ପାଇପାରେ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଏପରି କିଛି ସଙ୍କେତ ଦେଇଛନ୍ତି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ।

କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଜାରି ହୋଇଛି। ଏହା ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଆଜି ବିଭିନ୍ନ ଦଳର ନେତାଙ୍କ ସହ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟର ନେତା ଲକଡାଉନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ।

ଏପ୍ରିଲ ୧୪ରେ ଏକାଥରକେ ସାରା ଦେଶରୁ ଲକଡାଉନ ଉଠିବ ନାହିଁ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ମୋଦି ସରକାର ପର୍ଯ୍ୟାୟକ୍ରମେ ସାରା ଦେଶରୁ ଲକଡାଉନ ହଟାଇବାକୁ ଚିନ୍ତା କରୁଛନ୍ତି। ଲକଡାଉନ ହଟିଲେ ବି ଏକାଧିକ କଟକଣା ରହିବ। ସେହିପରି ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯିବ।

You might also like