ଲକଡାଉନ କରୋନାକୁ ପରାସ୍ତ କରିପାରିବ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ ଆମେ ନିଶ୍ଚିତ କରୋନା ଭାଇରସକୁ ପରାସ୍ତ କରିପାରିବା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।

ଦେଶରେ ଜାରି ଲକଡାଉନ ଓ କରୋନା ସଂକ୍ରମଣକୁ ନେଇ ଆଜି ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ସେ କହିଛନ୍ତି, “କୌଣସି ବି ପରିସ୍ଥିତିରେ ଲକଡାଉନ କରୋନାକୁ ପରାସ୍ତ କରିପାରିବ ନାହିଁ। ଏହା କେବଳ ଭାଇରସକୁ କିଛି କ୍ଷଣ ପାଇଁ ଅଟକାଇ ଦେଇପାରିବ। ଭାଇରସକୁ ହରାଇବାକୁ ହେଲେ ଆମକୁ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏବେ ପରୀକ୍ଷା ବହୁତ କମ ହେଉଛି। ତେଣୁ ଟେଷ୍ଟିଂ ପ୍ରକ୍ରିୟାକୁ ବଢ଼ାଇବାକୁ ପ୍ରସ୍ତାବ ଦେଉଛି। ଏହାଦ୍ୱାରା ଆମେ କରୋନା ସ୍ଥିତି ଜାଣିବା ସହ ଏହାକୁ ପରାସ୍ତ କରିପାରିବା।”

ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଆମେ କେବେ ହେଲେ ଡରିବା ନାହିଁ। ଲଢ଼େଇ କରି ଜିତିଲେ, ଆମ ଦେଶ ଉଚ୍ଚକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବ।

You might also like