ଲକଡାଉନ: ମଦ, ତମ୍ବାଖୁ, ଗୁଟଖା ବିକ୍ରି ବ୍ୟାନ

ନୂଆଦିଲ୍ଲୀ: ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ମେ’ ୩ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ବେଳେ କେଉଁ ସବୁ ନିୟମ କାର୍ଯ୍ୟକାରୀ ହେବ, ତା’ର ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ଅନୁଯାୟୀ, ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ତାଙ୍କ ଠାରୁ ଫାଇନ ମଧ୍ୟ ଆଦାୟ ହେବ। ସେହିପରି ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ପାଇଁ ଲକଡାଉନ ସମୟରେ କୌଣସି ପ୍ରକାରର ମଦ, ତମ୍ବାଖୁ କିମ୍ବା ଗୁଟଖା ବିକ୍ରି ହୋଇପାରିବ ନାହିଁ।

କର୍ମକ୍ଷେତ୍ର ଓ ଫ୍ୟାକ୍ଟ୍ରି ଗୁଡିକରେ ସାମାଜିକ ଦୂରତା ପାଇଁ ଏସଓପି ପାଳନ କରିବାକୁ ସବୁ କମ୍ପାନୀ ଓ ସଂସ୍ଥା ଗୁଡ଼ିକୁ କୁହାଯାଇଛି।

You might also like