ପୁଲିସ୍‌କୁ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଲୋକେ

ହତ୍ୟା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ବେଗୁନିଆ ଥାନା ଆଇଆଇସିଙ୍କ ସହିତ ଥାନାର ଅନ୍ୟ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସ୍‌ ଭିତରେ ତାଲା ପକାଇ ଦେଇଛନ୍ତି। ଏପରି କାଣ୍ଡ ଘଟାଇବାର କାରଣ ହେଉଛି ଏକ ହତ୍ୟା ଅଭିଯୋଗ ମାମଲାରେ ଅଭିଯୋଗ କରିବା ପରେ ମଧ୍ୟ ବେଗୁନିଆ ଥାନା ପୁଲିସ୍‌ ଠିକ୍‌ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।

ପରିଛଳ ଗ୍ରାମବାସୀ ଏ ନେଇ ବାରମ୍ୱାର ଅଭିଯୋଗ କରି ଆସୁଥିଲେ। ଆଜି ଖୋର୍ଦ୍ଧା ପୁଲିସ୍‌ ଏସ୍‌ପି ଗ୍ରାମବାସୀଙ୍କୁ ଭେଟିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏହି ସମୟରେ ପୁଲିସ୍‌ ଅଟକାଇବାରୁ ଗାଁ ଲୋକେ ପୁଲିସ୍‌ ଓ ଅନ୍ୟ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଥିଲେ। ଏହାପରେ ସେମାନେ ରାସ୍ତା ରୋକ କରିଛନ୍ତି।

You might also like