ସୀତାଙ୍କ ସ୍ୱୟମ୍ବର ଭଳି ମୁଖ୍ୟମନ୍ତ୍ରୀ ବାଛିବ ଛତିଶଗଡ଼ କଂଗ୍ରେସ!

ରାୟପୁର: ଯେମିତି ସ୍ୱୟମ୍ବରରେ ଦେବୀ ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ବାଛିଥିଲେ, ଠିକ୍‌ ସେମିତି ସ୍ୱୟମ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କିଏ ହେବ ବଛାଯିବ। କଥାଟା ଶୁଣିକି ଟିକେ ଖଟ୍‌କା ଲାଗୁଥିଲେ ମଧ୍ୟ ଏହା ସତ। ଏକଥା ଆମେ କହୁନୁ ଏହା କହିଛନ୍ତି ଛତିଶଗଡ଼ର ବିରୋଧୀ ଦଳ ନେତା  ଟି.ଏସ୍‌. ସିଂ ଦେଓ। ସେ କହିଛନ୍ତି ଦେବୀ ସୀତା ଯେପରି ସ୍ୱୟମ୍ବରରେ ଭଗବାନ ରାମଙ୍କୁ ବାଛିଥିଲେ, ଠିକ୍‌ ସେହିଭଳି ବିଧାନସଭା ନିର୍ବାଚନ ପରେ ‘ସ୍ୱୟମ୍ବର’ ମାଧ୍ୟମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି ହେବ।

ଦୀର୍ଘ ୧୪ ବର୍ଷ ପରେ ରାମଙ୍କ ବନବାସ ଯେମିତି ଶେଷ ହୋଇଥିଲା, ଠିକ୍‌ ସେମିତି ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ କ୍ଷମତା ବାହାରେ ଥିବା କଂଗ୍ରେସ ପାର୍ଟି ସରକାର ଗଠନ କରିବ। ଯଦି ଏଥିପାଇଁ ମେଣ୍ଟ କରିବାକୁ ପଡ଼େ ତେବେ ପାର୍ଟି ପ୍ରସ୍ତୁତ ବୋଲି ସେ କହିଛନ୍ତି।

କିଛି ମାସ ପରେ ହେବାକୁ ଥିବା ନିର୍ବାଚନକୁ ନେଇ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଯୋଜନା କରିଛି କି ନାହିଁ…ଏହି ପ୍ରଶ୍ନରେ ଉତ୍ତର ରଖି ସେ କହିଛନ୍ତି ‘ଭଗବାନ ରାମଙ୍କ ବିବାହ ସିଧାସଳଖ ହୋଇନଥିଲା। ତାଙ୍କର ସ୍ୱୟମ୍ବର ହୋଇଥିଲା। ପାର୍ଟିରେ ଅନେକ ଭଲ ଲୋକ ଅଛନ୍ତି। ଯେଉଁମାନେ କି ବହୁତ ଭଲ କାମ କରିଛନ୍ତି। ତେଣୁ ନିର୍ବାଚନ ପରେ ହେବାକୁ ଥିବା ସ୍ୱୟମ୍ବରରେ ଏହା ନିଷ୍ପତ୍ତି ହେବବୋଲି ସିଂ ଦେଓ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

You might also like