କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବ ଏହି ରବିବାର

ନୂଆଦିଲ୍ଲୀ: କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବ ଏହି ରବିବାର। କରୋନା ଚେନ ଭାଙ୍ଗିବାରେ  ଏହା ଏକ ବଡ଼ ରାମବାଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଆସନ୍ତୁ ଜାଣିବା ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ…

  • କରୋନା ମୁକାବିଲା ପାଇଁ ପୁଣି ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ  ମୋଦି।
  • ଏପ୍ରିଲ ୫, ରବିବାର ଦିନ, ରାତି ୯ଟାରେ ୯ମିନିଟ ପାଇଁ ଘରର ସବୁ ଆଲୋକ ବନ୍ଦ କରିବା ସହ ଦୀପ, ଟର୍ଚ୍ଚ, ମହମବତୀ ଓ ମୋବାଇଲ୍ ଫ୍ଲାସ୍ ଲାଇଟ ଆଦି ଜାଳିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
  • ଆପଣ ଦୀପ ଜାଳିଲେ ଆଲୋକର ସେଇ ମହାଶକ୍ତିକୁ ଅନୁଭବ କରିପାରିବେ ଯେଉଁଠି ଆମେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ  ଏକତ୍ରିତ ହୋଇ ଲଢେଇ କରୁଛୁ। କରୋନା ଚେନ୍‌ ଭାଙ୍ଗିବାକୁ ଏହା ଏକ ବଡ଼ ରାମବାଣ।
  • ଘର ଫାଟକ, ଝରକା ପାଖରେ କିମ୍ବା ବାଲକୋନୀରେ ଏସବୁ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି।  ଗୋଟିଏ ସ୍ଥାନରେ ଏକାଠି ହେବେ ନାହିିଁ, ସାମାଜିକ ଦୂରତ୍ୱ ବଜାୟ ରଖିବେ ବୋଲି  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏହା ସହିତ ଏଯାବତ୍ କରୋନା ବିରୋଧୀ ଲଢ଼େଇ ଦେଶବାସୀ ଯେଉଁ ସାହସ ଦେଖାଇଛନ୍ତି, ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ଆପଣମାନେ ଅନୁଶାସନ ଓ ସେବା ମନୋଭାବ ଦେଖାଇଛନ୍ତି। ଜନତା-ଶାସନ-ପ୍ରଶାସନ ସମସ୍ତେ ସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି। ଦେଶବାସୀ ସାମୂହିକ ଶକ୍ତିର ପରିଚୟ ଦେଇଛନ୍ତି। ଆମେ ଏକୁଟିଆ ନାହୁଁ, ସମସ୍ତେ ଏକଜୁଟ ଅଛୁ। କୋଟି କୋଟି ଜନତାଙ୍କ ଶକ୍ତି ଆମ ମନୋବଳ ବଢ଼ାଇଛି।

You might also like