ଆଶ୍ଚର୍ଯ୍ୟ… ମାଟି ତଳୁ ଉପରକୁ ଉଠୁଛି ଘର
କେନ୍ଦୁଝର(ପ୍ରଣୟ କୁମାର ପାଣି): ମଣିଷ ଆକାଶରେ ଉଡ଼ି ପାରୁଛି। ପାଣିର ବି ବୁଡ଼ି ପାରୁଛି। ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ହୋଇ ପାରୁଛି। ମାଟି ତଳେ ସହର ତିଆରି କରିପାରୁଛି ପୁଣି ମାଟି ତଳୁ ଘରକୁ ଉଠାଇ ପାରୁଛି। କାରଣ ଆଜିର ବିଜ୍ଞାନ ଦୁନିଆରେ ସବୁ କିଛି ସମ୍ଭବ। ଏହିପରି ଏକ ଅସମ୍ଭବ କାମ ସମ୍ଭବ ଆଜି କେନ୍ଦୁଝରରେ ପ୍ରଥମ ଥର ପାଇଁ ସମ୍ଭବ ହେବାକୁ ଯାଉଛି । ଏକ ଛାତ ଘରକୁ ମାଟି ତଳୁ ୪ ଫୁଟ ଉପରକୁ ଉଠା ଯାଇପାରିଛି ଯାହା ସମସ୍ତଙ୍କୁ ଚକିତ କରିଛି ।
କେନ୍ଦୁଝର ଜିଲ୍ଲାର ମନୋଜ ନାୟକ ତାଙ୍କର ଘର ୧୦ ବର୍ଷ ତଳେ ତିଆରି କରିଥିଲେ । ଘରଟି ତାଙ୍କ ଖାଲ ଜମିରେ ଥିଲା । ପରେ ଅନ୍ୟମାନେ ଘର ତିଆରି କରିବାରୁ ଘରଟି ୪ ଫୁଟ ତଳକୁ ଚାଲିଯାଇଥିଲା । ଫଳରେ ବର୍ଷା ଦିନରେ ଘର ଭିତରେ ପାଣି ପଶି ଯାଉଥିଲା । ଏଣୁ ଏତେ ପଇସା ଦେଇ ଘର କରିବା ପରେ ବି ରହିବା ସମ୍ଭବ ହେଉ ନ ଥିଲା । ତେଣୁ ଘରକୁ ନେଇ ଚିନ୍ତାରେ ଥିଲେ ମନୋଜ।
ଏତେ ଟଙ୍କା ଖର୍ଚ୍ଚ କରିବା ପରେ ପୁଣି ଭାଙ୍ଗି ନୂଆ ଘର ତିଆରି କରିବା ସମ୍ଭବ ନ ଥିଲା। ଏହି ସମୟରେ ମନୋଜ ଶୁଣିବାକୁ ପାଇଥିଲେ ଭୁବନେଶ୍ଵରରେ ଘରକୁ ଉପରକୁ ଉଠାଯାଉଛି। କିପରି ଏହା ହେଉଛି, କିଏ କରୁଛି ତାହା ଜାଣିବା ପାଇଁ ସେ ପ୍ରଚେଷ୍ଟା ଜାରି ରଖିଲେ। ଶେଷରେ ୟୁଟ୍ୟୁବରେ ଜଣେ ଠିକାଦାରଙ୍କ ଠିକଣା ପାଇଲେ। ତାଙ୍କ ସହ ଯୋଗାଯୋଗ କରିବା ପରେ ଏବେ ଘରକୁ ୪ ଫୁଟ ଉପରକୁ ଉଠାଇ ପାରିଛନ୍ତି ମନୋଜ।
୧୮୦ଟି ଜ୍ୟାକ ଓ ୧୨ ଜଣ ଶ୍ରମିକଙ୍କୁ ନେଇ କାମ ଆରମ୍ଭ କଲେ ଠିକାଦାର । ୧୫ ଦିନରେ ୨ ଫୁଟ ଉପରକୁ ଉଠିସାରିଲାଣି । ହେଲେ ଘରକୁ ୪ ଫୁଟ ଉଠାଇବାକୁ ଦୁଇ ମାସ ସମୟ ଲାଗିବ ବୋଲି ଠିକାଦାର କହୁଛନ୍ତି। ତେବେ କାମ ଚାଲିଥିବା ସମୟରେ ଘର ଉଠୁଥିବାର ଜଣା ପଡୁନାହିଁ । ଏପରି ଘର ଉଠିବା ଦ୍ୱାରା ଘର ପାଇଁ ମଧ୍ୟ କୌଣସି ବିପଦ ନାହିଁ ବୋଲି କହିଛନ୍ତି ଠିକାଦାର ଓ ଭଡା ଥିବା ବ୍ୟକ୍ତି ।
ତେବେ କେମିତି ଉପରକୁ ଉଠୁଛି ଘର ? କେତେ ବିପଦ ରହିଛି ? ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।