ଭୁବନେଶ୍ୱରରୁ ବାଘ ଛାଲ ଜବତ, ସୋଆ ବିଶ୍ୱବିଦ୍ୟାଳୟର ଡ୍ରାଇଭର ଗିରଫ

ଭୁବନେଶ୍ୱର: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ କଲରାପତରିଆ ବାଘର ଛାଲକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରିଛି। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି।

ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ଖବର ପାଇବା ପରେ ଗତକାଲି ଅପରାହ୍ଣରେ‌ ବରମୁଣ୍ଡା ସ୍ଥିତ କାଳୀ ମନ୍ଦିର ନିକଟରେ ଚଢ଼ଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। ପ୍ରଶାନ୍ତ ନିଜ ବାଇକ ଡିକିରେ ବାଘ ଛାଲ ରଖି ବିକ୍ରି ପାଇଁ ଯୋଜନା କରିଥିଲା।

ପ୍ରଶାନ୍ତ, ରାଜଧାନୀର ସୋଆ ବିଶ୍ୱବିଦ୍ୟାଳୟର ଜଣେ ଡ୍ରାଇଭର ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।

You might also like