ନାମକୁ ମାତ୍ର ଯୋଜନା କାମକୁ ନୁହଁ

ଲାଟିନ୍‌ ଯୋଜନା ଫେଲ୍

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଯୋଜନା ଯେ ବାଟବଣା ହେଉଛି ତାହା ପ୍ରତି ସରକାରଙ୍କ ନିଘା ନାହିଁ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶ ବଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।  ନିର୍ମଳ ପଞ୍ଚାୟତ ଯୋଗୁଁ ଏଠାରେ ବାହ୍ୟ ମଳ ତ୍ୟାଗ ବନ୍ଦ ରଖିବା ଲାଗି ପ୍ରତି ଛକରେ ପାଇଖାନା ନିର୍ମାଣ ହୋଇଥିଲା। ହେଲେ ସଚେତନତା ଅଭାବ ସହ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଗଲାଣି। ପଞ୍ଚାୟତର ବାଲିଓରା ଗ୍ରାମରୁ ଆସିଛି ଏଭଲି ଅଭିଯୋଗ।

ସେପଟେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଶରଧାପୁର ଗ୍ରାମରେ ଭୂତ ନାଁରେ ପାଇଖାନା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। କେବେଳ ଏତିକି ନୁହେଁ ଗୋଟିଏ ପରିବାରର ସାତ ଜଣଙ୍କ ନାମରେ ପାଇଖାନା ନିର୍ମାଣ ହୋଇଥିଲେ ବି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବାପରେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ।

କେଉଁଠି ଭୂତ ନାଁରେ ପାଇଖାନା ତ କେଉଁଠି ସତେଚନତା ଅଭାବରୁ କାମ କରୁନି ପରିବେଶ ପ୍ରଦୂଷଣ ମୁକ୍ତ ଯୋଜନା। ଏସବୁ ଉପରେ ନଜର ଦିଆନଗଲେ ଯୋଜନାର ସଫଳ ରୂପାୟନ କେମିତି ହେବ ତାକୁ ନେଇ ପ୍ରଶ୍ନ।

You might also like