ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ

ଦେଶରେ ୨,୬୭୭ ସଂକ୍ରମିତଙ୍କ ମୃତ୍ୟୁ

  • ଦେଶରେ ୨,୬୭୭ ସଂକ୍ରମିତଙ୍କ ମୃତ୍ୟୁ
  • ଦେଶରେ ଆଜି ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୯ ହଜାର ୩୩୯କୁ ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଦେଶରେ କମୁଛି ସଂକ୍ରମଣ।  ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୨ ହଜାର ୬୭୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୯ ହଜାର ୩୩୯ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ଜଣ । ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯ ରହିଛି । ଏହାସହ ବର୍ତ୍ତମାନ ସମୟରେ ୧୪ ଲକ୍ଷ ୭୭ ହଜାର ୭୯୯ ଲୋକ କରୋନାରେ ସଂକ୍ରମିତ ହୋଇଛି ଚିକିତ୍ସିତ ହେଉଛନ୍ତି। ସେହିପରି ଭାବରେ ଦେଶରେ ମୋଟ୍‌ ୨,୬୯,୮୪,୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। କେବଳ ଏତିକି ନୁହେଁ ବରଂ  ଏଯାବତ୍ ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ଡୋଜ୍ ଟିକାକରଣ କରାଯାଇଥିବା ନେଇ ସୂଚନା ମିଳିଛି।

You might also like