ଏନ୍‌ଡିଏ ଠାରୁ ଆର୍‌ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ଟିଭି ବନ୍ଦ କରିଦେଲେ ଲାଲୁ

ରାଞ୍ଚି: ଏନ୍‌ଡିଏ ଠାରୁ ଆର୍‌ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ନିରାଶ ହୋଇଗଲେ ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ହଠାତ୍ ଟିଭି ବନ୍ଦ କରିଦେଇ ସିଧା ଯାଇ ବଙ୍ଗଳାର ଲନ୍‌ରେ ବସି ପଡ଼ିଲେ। ଲାଲୁଙ୍କର ଏହି ଫୋଟେ ଏବେ ଭାଇରାଲ୍ ହେଉଛି। 

ସୂଚନା ଅନୁସାରେ, ରାଞ୍ଚି ରିମ୍ସ ହସ୍‌ପିଟାଲର କେଲ୍ଲି ବଙ୍ଗଲୋରେ ଲାଲୁପ୍ରସାଦ ଯାଦବଙ୍କର ଚିକିତ୍ସା ଚାଲିଛି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ଲାଲୁ ଟିଭି ସାମ୍ନାରେ ବସିଯାଇଥିଲେ। ଅନେକ ସମୟେ ଧରି ନିର୍ବାଚନ ଫଳାଫଳ ଦେଖୁଥିଲେ। କିଛି ସମୟ ପାଇଁ ବିହାର ନିର୍ବାନଚ ଫଳାପଳ ରୋଚକ ମୋଡ଼ରେ ରହିଥିଲା। ବିଜେପିକୁ କଡ଼ା ଟକ୍କର ଦେଇଥିଲା ଆର୍‌ଜେଡି।

କିନ୍ତୁ ଏନ୍‌ଡିଏ ଆର୍‌ଡେଜି ମେଣ୍ଟକୁ ଅତିକ୍ରମ କରି ଆଗେଇ ଗଲା ପରେ ଲାଲୁଙ୍କ ମନରେ ନିରାଶା ଛାଇ ଯାଇଥିଲା। ସେ ହଠାତ୍ ଟିଭି ବନ୍ଦ କରି ବଙ୍ଗଲୋର ଲନ୍‌କୁ ଆଡ଼କୁ ଚାଲିଯାଇଥିଲେ। ଶୀତରୁ ନିର୍ଯାସ ପାଇବା ପାଇଁ ଖରା ପୁଇଁ ହେବାକୁ ଲନ୍‌ରେ ବସି ପଡ଼ିଥିଲେ ଲାଲୁ। ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

 

You might also like