ଦୁଇ ଦିନ ଧରି ଦୁଷ୍କର୍ମର ଶିକାର ହେବା ପରେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଲେ ଯୁବତୀ
ରାଉରକେଲା: ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ଦୁଇ ଦିନ ଧରି ଦୁଷ୍କର୍ମର ଶିକାର ହେବା ପରେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଲେ ଯୁବତୀ। ଏଭଳି ଗୁରୁତର ଅଭିଯୋଗ ଆସିଛି ରାଉରକେଲାରୁ। ସୂଚନା ଅନୁସାରେ ଗତ ୨୮ ତାରିଖରେ ଯୁବତୀ ଜଣକ ହିଲ୍ ଟପ୍ ବସ୍ତିରେ ଥିବା ନିଜ ଘରକୁ ଫେରୁଥିଲେ। ଠିକ୍ ଏହି ସମୟରେ ସେକ୍ଟର ୨୧ ଛକରୁ ଦୁଇ ଜଣ ଯୁବକ ତାଙ୍କୁ ଏକ ଅଟୋରିକ୍ସାରେ ଅପହରଣ କରି ନେଇଥିଲେ।
ଟିମ୍ବର କଲୋନି ନିକଟ ଦୁର୍ଗାପୁର ପାହାଡ଼ ଉପରକୁ ନେଇ ଦୁଇ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଯୁବତୀ ଜଣକ ଦୁର୍ବୃତ୍ତଙ୍କ କବଳରୁ କୌଶଳ କ୍ରମେ ଖସି ଆସି ଥିଲେ। ଅଭିଯୋଗ ପରେ ପ୍ଲାଣ୍ଟ୍ ସାଇଟ୍ ଥାନାରେ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।