ପଶ୍ଚିମ ଓଡ଼ିଶାରେ ବଢ଼ି ଚାଲିଛି ଦାଦନ ନିର୍ଯାତନା

ସରକାରଙ୍କ ବିକାଶ ଯୋଜନl ଅନ୍ତର୍ଦ୍ଧାନ

ବଲାଙ୍ଗିର : ଦାଦନ ସମସ୍ୟାର ନିରାକରଣ ଉଦ୍ଦେଶ୍ୟରେ ବର୍ଷକ ତଳେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିଲେ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ପରେ ଆଶା କରାଯାଉଥିଲା ବଦଳିଯିବ ସବୁକିଛି।

କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ବନ୍ଦେଇପଦର ଗାଁରେ କାମ ଧନ୍ଦା ଅଭାବରୁ ହାତବନ୍ଧି ବସିଛନ୍ତି ସ୍ଥାନୀୟ ଶ୍ରମିକ। ଗାଁର ଅନେକ ପରିବାର ଦାଦନ ଖଟିବାକୁ ଯାଇଥିବାରୁ ଘରେ ତାଟିକବାଟ ପଡିଛି। ବଳକା ଯେଉଁମାନେ ଅଛନ୍ତି, ଚାଷବେଉଷା ଉଜୁଡ଼ି ଯିବା ପରେ ଦାଦନ ସର୍ଦ୍ଦାରର ଅପେକ୍ଷାରେ ଅଛନ୍ତି।

ପଡ଼ିଆ ବାହାଲ ପଞ୍ଚାୟତ ଅନ୍ତର୍ଗତ ପାଚେର ଗାଁ ଲୋକଙ୍କ ଅବସ୍ଥା ବି ସେଇଆ। ଜମିକୁ ପାଣି ଆସିବ, ଆଉ ଜଳ ଅଭାବରେ ଫସଲ ମରିବନି। କିନ୍ତୁ ସେମିତି କିଛି ନହେବାରୁ ଶେଷରେ ନିରୂପାୟ ହୋଇ ଦାନା ପାଇଁ ଦାଦନ ଯିବାକୁ ସଜବାଜ ହେଉଛନ୍ତି ଏମାନେ।

ଆଉ ଏପଟେ ଦାଦନ ସମସ୍ୟାର ନିରାକରଣ ଦାବି କରି ପାଟଣାଗଡ଼ରେ ରାସ୍ତାକୁ ଓହ୍ଲାଇଥିଲେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ।

ଦାଦନ ସମସ୍ୟାର ନିରାକରଣ ପାଇଁ ଗତବର୍ଷ ଅକ୍ଟୋବର ମାସରେ ବଲାଙ୍ଗିର ଏବଂ ନୂଆପଡ଼ା ସମେତ ଅନ୍ୟ ଦାଦନ ପ୍ରବଣ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳ ମାନଙ୍କ ସହ ବୈଠକ କରିଥିଲେ ଶ୍ରମ ବିଭାଗ। ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ୩୦ଟି ପଞ୍ଚାୟତକୁ ଫୋକସ ପଞ୍ଚାୟତ ଭାବେ ଚିହ୍ନଟ କରି ପ୍ରାଥମିକ ଭାବେ ୧୩୪ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ ଶ୍ରମମନ୍ତ୍ରୀ।

କିନ୍ତୁ ଆଜିକୁ ବର୍ଷେ ବିତିଯାଇଥିଲେ ବି କାହା ପାଖକୁ କେତେ ଟଙ୍କା ଆସିଛି, ତାହାର ହିସାବ କାହା ପାଖରେ ନାହିଁ ।

You might also like