IPL 2020: ଆନ୍ଦ୍ରେ ରସେଲ ଆଉଟ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଥିଲେ କୋହଲି

ଶାରଜା: ଆଇଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମିଳିଛି ଏକ ବଡ଼ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  (କେକେଆର)କୁ ୮୨ ରନ୍‌ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ।

ବାଙ୍ଗାଲୋର ଦଳ ପକ୍ଷରୁ ଏବି ଡିଭିଲିୟର୍ସ ୩୩ ବଲ୍‌ରୁ  ବିସ୍ଫୋରକ ୭୩ ରନ୍ କରିଥିଲେ। ସେହିପରି କ୍ୟାପ୍ଟେନ କୋହଲି ୩୩ ରନ୍ କରିଥିଲେ। ଫଳରେ ବାଙ୍ଗାଲୋର ୨ ୱିକେଟ୍‌ରେ ୧୯୪ ରନ୍ କରିଥିଲା । ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିଥିବା କେକେଆର ନିର୍ଦ୍ଧାରିତ ଓଭରରେ ମାତ୍ର ୧୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଡିଭିଲିୟର୍ସଙ୍କୁ ତାଙ୍କର ଭଲ ପ୍ରଦର୍ଶନ ପାଇଁ ମିଳିଛି ମ୍ୟାନ ଅଫ୍‌ ଦି ମ୍ୟାଚ୍ ସମ୍ମାନ। ଡିଭିଲିୟର୍ସ ଏବଂ କ୍ୟାପ୍ଟେନ ବିରାଟ କୋହଲି ଯୋଡ଼ି ୪୭ ବଲ୍‌ରେ ୧୦୦ ରନ କରିଥିଲେ। ଯାହାଫଳରେ କୋଲକାତା ପାଇଁ ଏକ ବଡ ସ୍କୋର ରଖି ଯାଇଥିଲେ।

ତେବେ କୋଲକାତା ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଭଲ ନ ଥିଲା। ଏପରିକି ଆନ୍ଦ୍ରେ ରସେଲ ପୁଣି ଥରେ ଫ୍ଲଫ୍‌ ହୋଇଥିଲେ। ଟିମ୍‌ ତାଙ୍କଠାରୁ ଏକ ବିସ୍ଫୋରକ ପ୍ରଦର୍ଶନ ଆଶା କରୁଥିବାବେଳେ ସେ ମାତ୍ର ୧୬ ରନ୍‌ କରି ଆଉଟ ହୋଇ ଯାଇଥିଲେ। ଇସୁରୁ ଉଦାନାଙ୍କ ବଲ୍‌ରେ ସେ କ୍ୟାଚ୍ ଆଉଟ ହୋଇଥିଲେ।

ଆନ୍ଦ୍ରେ ରସେଲଙ୍କ ପ୍ରଦର୍ଶନକୁ ନେଇ ଆରସିବି ଟିମ୍‌ ମଧ୍ୟ ଚାପରେ ଥିଲେ। ନିଜେ କ୍ୟାପ୍‌ଟେନ କୋହଲି ମଧ୍ୟ ଚିନ୍ତାରେ ଥିଲେ। ହେଲେ ରସେଲଙ୍କ ବଲ୍‌କୁ  ମହମ୍ମଦ ସିରାଜ କ୍ୟାଚ୍‌ ଧରିବା ପରେ ଖୁସିରେ ଉଛୁଳି ପଡ଼ିଥିଲେ ପୁରା ଆରସିବି ଟିମ୍‌ । ତେବେ  ରସେଲ ଆଉଟ ହେବା ପରେ କ୍ୟାପ୍‌ଟେନ କୋହଲି ଯେଉଁ ପରି ଭାବେ ନିଜ ଖୁସି ବ୍ୟକ୍ତ କଲେ ବାସ୍ତବିକ୍‌ ତାହା ଦେଖିବା ପରି।ରସେଲ ଆଉଟ ହେବା ପରେ ଖୁସିରେ ଯମିତି ଥରି ଉଠିଥିଲେ ବିରାଟ କୋହଲି । ଏହାର ଭିଡିଓକୁ ସୋଶାଲ ମିଡିଆରେ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହା ବେଶ ଭାଇରାଲ ମଧ୍ୟ ହୋଇଛି।

ରସେଲ ପୁରା ସିଜନରେ ଫ୍ଲପ ହୋଇଥିଲେ। ସେଥିପାଇଁ କେକେଆରକୁ ପରାଜୟ ସ୍ୱୀକାର କରିପଡିଛି। ଏଥର ବିଜୟ ପରେ ଆରସିବି ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ କେକେଆର ୪ର୍ଥ ନମ୍ବରରେ ରହିଛି। ସୂଚନାଥାଉ କି, ଏବି ଏବଂ କୋହଲି ଯୋଡି ଆଇପିଏଲ ଇତିହାସରେ ଏକ ଖାସ୍‌ ରେକର୍ଡ କରିଛନ୍ତି। ୧୦ମ ଥର ପାଇଁ ଏହି ଯୋଡି ୧୦୦ ତଥା ୧୦୦ରୁ ଅଧିକ ରନ୍‌ କରିବାରେ ସଫଳ ହୋଇଛନ୍ତି। ସେତିକି ନୁହେଁ, ଏବି-କୋହଲି ପ୍ରଥମ ଯୋଡି ଯେଉଁମାନେ କି ପାର୍ଟନରସିପ୍‌ରେ  ଆଇପିଏଲ ଇତିହାସରେ ୩୦୦୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି।

ଆଜି ସନ୍ରାଇର୍ଜ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ଲଢେଇ

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like