କରୋନାକୁ ମାତ୍ ଦେଲେ ବୃଦ୍ଧ ଦମ୍ପତି, ସୁସ୍ଥ ହୋଇ ଘରକୁ ଫେରିଲେ

ଥିରୁଅନନ୍ତପୁରମ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହି ସମୟରେ  କେରଳରୁ ଏକ ଭଲ ଖବର ଆସିଛି। ଏଯାବତ ସାରା ଦେଶରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କେରଳର ବୃଦ୍ଧ ଦମ୍ପତ୍ତି କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି।

୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ପତ୍ନୀ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଉଭୟ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି। ବୃଦ୍ଧ ଦମ୍ପତ୍ତିଙ୍କ ରକ୍ତ ଓ ସ୍ୱାବ୍ ନମୁନା ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

କେରଳର ଏହି ଦମ୍ପତ୍ତି ମହାମାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଇଟାଲିରୁ ତାଙ୍କ ପୁଅ ଓ ସପରିବାରଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ବୃଦ୍ଧ ଦମ୍ପତ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଗୁରୁତର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

You might also like