ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ DFO

ବଲାଙ୍ଗିର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ Divisional Forest Officer(DFO)। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ୍ DFO ପ୍ରଣବ କୁମାର ମହାନ୍ତି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବିଭାଗୀୟ ରେଞ୍ଜରଙ୍କ ଠାରୁ ପ୍ରଣବ ୧ ଲକ୍ଷ ୬୬ ହଜାର ଟଙ୍କା ପିସି ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

You might also like