ରାଗିଗଲେ ସାର୍‌; ଛାତ୍ରଛାତ୍ରୀଙ୍କଠାରୁ ଛଡ଼ାଇ ଆଣି ହାତୁଡ଼ିରେ ପିଟି ଭାଙ୍ଗିଦେଲେ ୧୬ ମୋବାଇଲ୍

ବେଙ୍ଗାଲୁରୁ: ଛାତ୍ରଛାତ୍ରୀଙ୍କଠାରୁ ମୋବାଇଲ୍ ଛଡ଼ାଇ ଆଣି ହାତୁଡ଼ିରେ ପିଟି ପିଟି ୧୬ଟି ମୋବାଇଲ୍‌ ଭାଙ୍ଗିଦେଲେ ପ୍ରନ୍ସିପାଲ୍। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍‌ ବ୍ୟବହାରରେ ଅତିଷ୍ଟ ହୋଇ ପ୍ରିନ୍ସପାଲ୍ ଏପରି କରିଛନ୍ତି।

ଏ ଘଟଣା ହେଉଛି କର୍ଣ୍ଣାଟକ ‘ଏମ୍‌ଇଏସ୍‌ ଚୈତନ୍ୟ ପିୟୁ କଲେଜ’ର। ସୂଚନା ଅନୁସାରେ କର୍ଣ୍ଣାଟକର ଏହି କଲେଜରେ କ୍ଲାସ୍‌ ରୁମରେ ମୋବାଇଲ୍‌ ବ୍ୟବହାର ନେଇ ବ୍ୟାନ୍‌ ଲଗାଯାଇଥିଲା। କିନ୍ତୁ ଛାତ୍ରମାନେ ବାରମ୍ୱାର ମୋବାଇଲ ବ୍ୟବହାର କରୁଥିବା କଲେଜ ଅଧିକାରୀ ଜାଣିବାକୁ ପାଇଥିଲେ। ତେବେ ଏ ନେଇ ଛାତ୍ରମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ମୋବାଇଲ ବ୍ୟବହାର କଲେ ସେହି ସ୍ଥାନରେ ଭାଙ୍ଗି ଦିଆଯିବ ବୋଲି କୁହାଯାଇଥିଲା।

ତେବେ କଲେଜ ପ୍ରିନ୍ସିପାଲ କ୍ଲାସ୍‌ ରୁମକୁ ଗୁରୁବାର ଅଚାନକ ଗସ୍ତ କରିଥିଲେ। ପଢ଼ା ଚାଲୁଥିବା ସମୟରେ କେତେକ ପିଲା ମୋବାଇଲ୍ ବ୍ୟବହାର କରୁଥିବା  ଦେଖିବାକୁ ପାଇଥିଲେ। ଏହା ଦେଖି ପ୍ରିନ୍ସିପାଲ ରାଗି ଯାଇଥିଲେ ଓ ଫୋନ୍‌ ଛଡ଼ାଇ ଆଣି ସେଗୁଡ଼ିକୁ  ହାତୁଡ଼ିରେ ପିଟି ଚୁନା କରିଦେଇଥିଲେ।

ଏହି ଘଟଣାକୁ ନେଇ କର୍ଣ୍ଣାଟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଜେନେରାଲ ସେକ୍ରେଟାରୀ ଡି.ଶଶି କୁମାର କହିଛନ୍ତି, ‘ସ୍କୁଲ ସହିତ କଲେଜରେ ମଧ୍ୟ ଏହିପରି ସ୍ଥିତି ଅଣାୟତ୍ତ ହେଉଛି, ତେଣୁ ପିଲାଙ୍କୁ ଏହିପରି ଦଣ୍ଡ ଦେବାର ଆବଶ୍ୟକତା ରହିଛି।’ ସେ ଆହୁରି ମଧ୍ୟ କହିଛନ୍ତି, ‘ପିଲାମାନେ ସ୍କୁଲ୍, କଲେଜକୁ ମୋବାଇଲ ନେଇ ଆସୁଛନ୍ତି । ଏହା ଜାଣିବା ପରେ ମଧ୍ୟ ସେମାନଙ୍କ ଅଭିଭାବକ ଚିନ୍ତାପ୍ରକଟ କରୁନାହାନ୍ତି।’ ଅନ୍ୟପଟେ  ସ୍ଥାନୀୟ ବ୍ୟକ୍ତି କିନ୍ତୁ ଏହାକୁ ଅନୁଚିତ୍ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଓଡ଼ିଆ ପୁଅଙ୍କୁ ଜର୍ସି ଉତ୍ସର୍ଗ କଲେ ଆର୍‌ସିବି ଅଲରାଉଣ୍ଡର୍ ମୋରିସ୍

ନାଳସଫା କରି ପାଠ ପଢ଼ା ଅର୍ଥ ସଂଗ୍ରହ କରୁଥିଲେ ଛାତ୍ର, ସହାୟତାର ହାତ ବଢ଼ାଇଲେ ପୋଲିସ ଅଧିକାରୀ

‘କରୋନା କଣ ଆମେ ଜାଣିନୁ’

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

You might also like