ପରଦାକୁ ଆସିବ ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ-୨!

ମୁମ୍ବାଇ: ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘କୁଛ୍‌ କୁଛ୍‌ ହୋତା ହୈ’ ପୁଣିଥରେ ପରଦାକୁ ଆସିବ। କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍‌ ଅର୍ଥାତ୍‌ ପାର୍ଟ-୨ ରିଲିଜ୍‌ ହେବ।

କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍‌ରେ ମଧ୍ୟ ଅନେକ ସଫଳତା ମିଳିଥିଲା। ଏବେବି ଦର୍ଶକମାନେ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଏହାର ଗୀତକୁ ଗୁଣୁଗୁଣୁ କରି ଗାଉଥିବା ଦେଖିବାକୁ ମିଳୁଛି।

image credit-pinkvilla

ଇସ୍କ ୧୦୪.୮ ଏଫ୍‌ଏମ୍‌ରେ ପ୍ରସାରିତ ହେଉଥିବା ‘କଲିଙ୍ଗ୍ କରନ୍‌’ କାର୍ଯ୍ୟକ୍ରମରେ ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତରରେ  ଏହି ଫିଲ୍ମର ରିମେକ୍‌ କରିବାକୁ କରନ୍‌ଙ୍କୁ ପଚରାଯିବାରୁ ସେ ଏହାର ଉତ୍ତର ରଖିଥିଲେ ଏବଂ ଏହାର ଷ୍ଟାର କାଷ୍ଟ୍‌ଙ୍କ ବିଷୟରେ ମଧ୍ୟ କହିଥିଲେ।

ସେ କହିଥିଲେ କେବେ ବି ଯଦି ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ-୨ କରିବେ ତା’ହେଲେ ସେ ରଣବୀର କପୁର୍‌, ଆଲିଆ ଭଟ୍ଟ ଓ ଜାହ୍ନବୀ କପୁରଙ୍କୁ ନେବେ।

You might also like
Comments
Loading...