ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଡ୍ରଗସ ଲିଙ୍କରେ ଆସିବା ପରେ ଏନେଇ ଟ୍ଵିଟ୍ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ବିଶାଦରେ ଥିବା ବ୍ୟକ୍ତି କଣ ଡ୍ରଗ୍ସ ନିଏ? ତଥାକଥିତ ଆଭିଜାତ୍ୟ ସମ୍ପନ୍ନଙ୍କ ଘରର ପିଲା ନିଜକୁ ଉଚ୍ଚକୋଟୀର ଦର୍ଶାଇବା ସହ ମ୍ୟାନେଜରଙ୍କୁ ଡ୍ରଗ୍ସ ମାଗିଥାନ୍ତି ? ଆଜି ଏପରି କହି ସମାଲୋଚନା କରିଛନ୍ତି କଙ୍ଗନା।

ମାଲ୍ ହେ କ୍ୟା ଲେଖି କଙ୍ଗନା ଇଙ୍ଗିତରେ ଦୀପିକାଙ୍କୁ କଟ୍ଟାକ୍ଷ କରିଛନ୍ତି। ନିଜ ପୂର୍ବତନ ମ୍ୟାନେଜର କରିସ୍ମାଙ୍କୁ ମାଲ୍ ହେ କ୍ୟା ବୋଲି ଚାଟ୍ କରିଥିଲେ ଦୀପିକା। ଏହାସହ କେଉଁ ଭଳି ଡ୍ରଗ୍ସ ଦରକାର ସେ ନେଇ ବି ପଚାରିଥିବା ଅଭିଯୋଗ ହୋଇଛି। ଏନେଇ ଅମିତ ନାମକ ବ୍ୟକ୍ତି ନାଁ ଚାର୍ଟରେ ଉଲ୍ଲେଖ କରିଛନ୍ତି କରିସ୍ମା। ଏହାସହ ଡ୍ରଗସ୍ ଅମିତଙ୍କ ପାଖରେ ରହିଛି ଏବଂ ଦୀପିକା ତାଙ୍କଠୁ ନେବାକୁ ସେ କହିଛନ୍ତି।

ଦୀପିକାଙ୍କ ଚାଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ନାର୍କୋଟେକ୍ କଣ୍ଟ୍ରୋଲ ବ୍ୟୁରୋ ଦିପିକାଙ୍କୁ ସମନ୍ କରିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି।

ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକାଙ୍କ ସମେତ ଶ୍ରଦ୍ଧା କପୁୁର, ସାରା ଅଲ୍ଲି ଖାନ୍, ରକୁଲ ପ୍ରୀତ ଓ ଫେସନ୍ ଡିଜାଇନର୍ ସିମୋନ ଖମ୍ବାଟାଙ୍କ ନାଁ ବି ରହିଥିବା ଚର୍ଚ୍ଚା ହେଉଛି। ତେବେ ଏହି ୪ ଜଣ ସୁଶାନ୍ତଙ୍କ ସହ ବିଭିନ୍ନ ସମୟରେ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି।

ଅପରପକ୍ଷେ, ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହ ଓ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ପଚରାଉଚରା ପାଇଁ ପୁଣି ଥରେ ସମନ କରିଛି ଏନସିବି।

ଆହୁରି ପଢ଼ନ୍ତୁ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଏଥର କଟକରେ ହେବନି ବାଲିଯାତ୍ରା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

You might also like