ରିଲିଜ୍ ହେଲା ଫିଲ୍ମ ‘କାଲା’

ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ କିଏ ଶୁଭ ମନାସୀ କଳସ ଯାତ୍ରା କରିଛନ୍ତି।

ସେହିଭଳି ଅନେକ ସ୍ଥାନରେ ଦର୍ଶକମାନେ ଫିଲ୍ମ ହଲ୍ ଆଗରେ ବାଣ ଫୁଟାଇ ଫିଲ୍ମ ରିଲିଜକୁ ସ୍ୱାଗତ କରିଥିଲେ। ଯୁବକଙ୍କ ଠାରୁ ବୃଦ୍ଧ ଓ ମହିଳାଙ୍କଠୁ ଆରମ୍ଭ କରି ଛୋଟ ପିଲା ସମସ୍ତେ ଯେପରି ଫିଲ୍ମର ରିଲିଜ୍‌କୁ ଉତ୍ସବ ଭଳି ପାଳନ କରିଛନ୍ତି।

ଆଜି ରିଲିଜ୍‌ର ପ୍ରଥମ ଶୋ ଦେଖିବା ପାଇଁ ଚେନ୍ନାଇରେ ଲମ୍ବା ଲାଇନ୍ ଲାଗିଥିଲା। ସକାଳ ୪ଟାର ଶୋ ଦେଖିବା ପାଇଁ ରାତିରୁ ଜମିଥିଲା ଫ୍ୟାନ୍‌ଙ୍କ ଭିଡ଼। ରାତି ତମାମ ଧାଡ଼ିରେ ଛିଡ଼ା ହୋଇଥିଲେ ରଜନୀଙ୍କ ଫ୍ୟାନ୍। ସେହିଭଳି ସମାନ୍ ସ୍ଥିତି ମୁମ୍ବାଇରେ ମଧ୍ୟ ଦେଖିବାକୁ ମିଳିଛି। ସକାଳ ୭ଟାରେ ରିଲିଜ୍ ହୋଇଥିଲା ‘କାଲା’ର ପ୍ରଥମ ଶୋ।

‘କାଲା’ର ରିଲିଜ୍ ପରେ ବିଭିନ୍ନ ସିନେମା ହଲ୍‌ରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା। କର୍ଣ୍ଣାଟକରେ କିଛି ସଂଗଠନ ଫିଲ୍ମର ରିଲିଜକୁ ବିରୋଧ କରିଛନ୍ତି। ତେବେ କିଛି ସମୟର ଉତ୍ତେଜନା ପରେ ସ୍ୱାଭାବିକ ହୋଇଛି ପରିସ୍ଥିତି।  କାବେରୀ ନଦୀ ଜଳ ଆବଣ୍ଟନ ନେଇ କର୍ଣ୍ଣାଟକରେ କିଛି ଗୋଷ୍ଠୀ ଫିଲ୍ମର ରିଲିଜ୍‌କୁ ନେଇ ଆପତ୍ତି ଉଠାଇଥିଲେ। ତେବେ ସୁପ୍ରିମକୋର୍ଟ ସିନେମା ରିଲିଜକୁ ନେଇ ଗ୍ରୀନ୍‌ ସିଗନାଲ୍ ଦେଇଛନ୍ତି। ଫିଲ୍ମରେ ରଜନୀକାନ୍ତ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଛନ୍ତି। ଯିଏ ନ୍ୟାୟ ଏବଂ ହକ୍ ପାଇଁ ପ୍ରଶାସନ ସହ ଲଢ଼େଇ କରୁଛି। ପୂର୍ବରୁ ଫିଲ୍ମର ଟାଇଟାଲକୁ ନେଇ ବେଶ୍‌ ଚର୍ଚ୍ଚା ସାଉଁଟି ସାରିଛି ‘କାଲା’।

You might also like