ଲକଡାଉନ ସମୟରେ ଗ୍ରାହକଙ୍କୁ ଏହିସବୁ ମାଗଣା ସୁବିଧା ଦେଲା ଜିଓ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ ଗ୍ରାହକଙ୍କୁ ଏପ୍ରିଲ ୧୭ ଯାଏ ୧୦୦ ମିନିଟର ମାଗଣା ଟକଟାଇମ ଓ ୧୦୦ ମାଗଣା SMS ଦେବା ନେଇ ଘୋଷଣା କରାଯାଇଛି।
ଏହାସହ ଏହି ଲକଡାଉନ ସମୟରେ ଦୋକାନ ଗୁଡିକରେ ରିଚାର୍ଜ କରିବାରେ ସକ୍ଷମ ନ ହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ ଜିଓଫୋନ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ ବୈଧତା ବା ଭାଲିଡିଟି ସରିବା ପରେ ମଧ୍ୟ ଇନ କମିଙ୍ଗ କଲ ଜାରି ରହିବ ବୋଲି ଘୋଷଣା ହୋଇଛି। କମ୍ପାନୀ ପକ୍ଷରୁ ଏକ ଟ୍ୱିଟ କରାଯାଇ ମଧ୍ୟ ଏନେଇ ସୂଚନା ଦିଆଯାଇଛି।
ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ-ଲାଇନ ରିଚାର୍ଜ କରୁଥିବାବେଳେ ବର୍ତ୍ତମାନର ଲକଡାଉନ ଯୋଗୁ ରିଟେଲ ଦୋକାନ ଗୁଡିକରେ ରିଚାର୍ଜ କରିବାରେ ସମସ୍ୟାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ବିକଳ୍ପ ରିଚାର୍ଜ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ଏହି ବିକଳ୍ପ ଗୁଡିକ ମଧ୍ୟରେ ରହିଛି ୟୁପିଆଇ ପେମେଣ୍ଟ Gateway, SMS ଓ କଲ ମାଧ୍ୟମରେ ରିଚାର୍ଜ ଏବଂ ବିଭିନ୍ନ ବ୍ୟାଙ୍କ ଗୁଡିକର ଏଟିଏମ ଗୁଡିକ ମାଧ୍ୟମରେ ରିଚାର୍ଜ।