ଓଡିଶାରେ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନର କରୋନା ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ଦେବା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ଦେଶବ୍ୟାପୀ ଲକ‌୍‍ଡାଉନ‌୍‍ ଯୋଗୁ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ‌୍‍ ହୋମ‌୍‍ କରୁଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ‌୍‍ଲାଇନ‌୍‍ ବା ଭର୍ଚୁଆଲ‌୍‍ କ୍ଲାସ‌୍‍ ଆରମ୍ଭ ହୋଇଛି। ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଇଣ୍ଟରନେଟ‌୍‍ ସଂଯୋଗ ଏବଂ ସୁଲଭ ମୋବାଇଲ‌୍‍ ଓ ହାଇ ସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ ଡାଟା।

ଓଡିଶାର ବିଭିନ୍ନ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ଜିଓ ଫାଇବର‌୍‍ ସେବା ସଂପ୍ରସାରଣ ସମେତ ଲକ‌୍‍ଡାଉନ‌୍‍ ଭଳି କଠିନ ସମୟରେ ମଧ୍ୟ ନୂଆ ସଂଯୋଗ ଇନ‌୍‍ଷ୍ଟାଲେସନ‌୍‍ ଓ ତତ‌୍‍କ୍ଷଣାତ‌୍‍ ବୈଷୟିକ ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି।

ଜିଓ ଫାଇବର‌୍‍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର ଓ ବଲାଙ୍ଗୀର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହୋଇଛି। ଏଥିସହିତ ଲକ‌୍‍ଡାଉନ‌୍‍ ସମୟରେ ଉପଭୋକ୍ତାଙ୍କ ଅଧିକ ଡାଟା ବ୍ୟବହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଫାଇବର‌୍‍ ପକ୍ଷରୁ ବତ୍ତମାନର ସମସ୍ତ ଜିଓ ଫାଇବର‌୍‍ ଗ୍ରାହକଙ୍କୁ ସବୁ ପ୍ଳାନରେ ଦୁଇଗୁଣ ଡାଟା ପ୍ରଦାନ କରାଯାଉଛି। ଏସମ୍ପର୍କରେ ଜିଓ ପକ୍ଷରୁ My Jio Appରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଜିଓ ଫାଇବର‌୍‍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର ଏବଂ ବଲାଙ୍ଗୀର ସହରରେ ଉପଲବ୍ଧ ହୋଇଥିବା ବେଳେ ଅନ୍ୟ ପ୍ରମୁଖ ସହରକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ମୋବାଇଲ‌୍‍ ଡାଟା ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଜିଓ ପକ୍ଷରୁ ଏହାର ସମସ୍ତ ଡାଟା ଆଡ‌୍‍-ଅନ‌୍‍ ଭାଉଚର‌୍‍ ଗୁଡିକରେ ଦୁଇଗୁଣ ଡାଟା ଏବଂ ଅତିରିକ୍ତ ଅଣ ଜିଓ ଟକ‌୍‍ଟାଇମ‌୍‍ ପ୍ରଦାନ କରାଯାଉଛି।

ଭୁବନେଶ୍ୱରରେ ଜିଓ ଫାଇବର‌୍‍ ସେବା ଉପଲବ୍ଧ ହୋଇଥିବା ଅଂଚଳ ଗୁଡିକ ମଧ୍ୟରେ ରହିଛି ଆଇଆର‌୍‍ସି ଭିଲେଜ‌୍‍, ଜୟଦେବ ବିହାର, ମୈତ୍ରୀ ବିହାର, ନୀଳାଦ୍ରୀ ବିହାରର ଡିଷ୍ଟ୍ରିକ୍ଟ ସେଣ୍ଟର, ପ୍ରାଚୀ ଏନ‌୍‍କ୍ଲେଭ‌୍‍ ଓ ନିକଟବର୍ତ୍ତୀ ଅଂଚଳ, କିଟ‌୍‍ ଅଂଚଳରେ ଆର୍ଯ୍ୟପଲ୍ଲୀ, ପ୍ରଶାନ୍ତି ବିହାର ଓ ସମ୍ପର୍କ ନଗର, ୟୁନିଟ‌୍‍ ୬, ୟୁନିଟ‌୍‍ ୯, ୟୁନିଟ‌୍‍ ୩, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ‌୍‍, ବରମୁଣ୍ଡା ହାଉସିଙ୍ଗ‌୍‍ ବୋର୍ଡ ଅଂଚଳର ଜଗନ୍ନାଥ ବିହାର,  ଡୁମୁଡୁମା ଏବଂ ସହିଦ‌୍‍ ନଗରର ପ୍ରମୁଖ ଅଂଚଳ।

ସେହିଭଳି କଟକର ସିଡିଏ ସେକ୍ଟର ୬ ଓ ସେକ୍ଟର ୯, ଜୋବ୍ରା, ନିମଚୌଡି, ଦରଘାବଜାର, ସେଲ୍ଟର କଲୋନୀ ଓ ବାଲିପାଟଣା ଅଂଚଳରେ ଜିଓ ଫାଇବର‌୍‍ ସେବା ଏବେ ଉପଲବ୍ଧ ହୋଇଛି। ରାଉର‌୍‍କେଲାର ସିଭିଲ‌୍‍ ଟାଉନ‌୍‍ସିପ‌୍‍, କୋଏଲ‌୍‍ ନଗର, ଛେଣ୍ଡ‌୍‍, ଜଗଡା ଓ ବାସନ୍ତି କଲୋନୀରେ ଜିଓ ଫାଇବର ସେବା ଆରମ୍ଭ ହୋଇଥିବା ବେଳେ ସମ୍ୱଲପୁରର ବୁଢାରାଜା ଓ ଦାନିପାଲ୍ଲୀରେ ଏହା ଉପଲବ୍ଧ ହୋଇଛି। ବଲାଙ୍ଗୀର ସହରରେ ପ୍ୟାଲେସ‌୍‍ ଲେନ‌୍‍ରେ ଜିଓ ଫାଇବର‌୍‍ ସେବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଅଂଚଳକୁ ସଂପ୍ରସାରଣ ଜାରି ରହିଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like