Jio ୟୁଜର୍ସଙ୍କ ପାଇଁ କରୋଡ୍‌ପତି ହେବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଯଦି ଆପଣ Jio ନମ୍ବର ବ୍ୟବହାର କରୁଛନ୍ତି, ତା’ ହାଲେ ଆପଣଙ୍କ ପାଇଁ କରୋଡ୍‌ପତି ହେବାର ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। ଏଥିପାଇଁ ଆପଣଙ୍କୁ କେଉଁଠି ଯିବାକୁ ପଡ଼ିବ ନାହିଁ। ଘରେ ବସି ଆପଣ ଏହା କରିପାରିବେ।

Sony ଟିଭିରେ ପ୍ରସାରିତ ହେଉଛି କୌନ୍‌ ବନେଗା କରୋଡ୍‌ପତିର ୧୦ମ ଏପିସୋଡ୍‌। ଏହାଦ୍ୱାରା Jio ବ୍ୟବହାରକାରୀମାନେ ପୁରସ୍କାର ଜିତି ପାରିବେ।

ଜାଣନ୍ତୁ କିପରି KBC ଦ୍ୱାରା କରୋଡ୍‌ପତି ହୋଇପାରିବେ

ଆପଣ ଏହି ଖେଳ ଖେଳିବା ପାଇଁ Jio KBC Play Along ଖେଳିବାକୁ ହେବ। ଏହା ଖେଳି ଆପଣ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତି ପାରିବେ

ପ୍ରଥମେ Jio KBC Play Along ଖେଳିବାପାଇଁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ Jiochat App ଡାଉନ୍‌ଲୋଡ କରିବାକୁ ହେବ। ଆପ୍‌ ଡାଉନ୍‌ଲୋଡ ହେଲା ପରେ ଆପଣଙ୍କୁ ରେଜିଷ୍ଟ୍ରସନ୍‌ କରିବାକୁ ପଡ଼ିବ। ଏହାପରେ ଯାଇ ଆପଣ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପାରିବେ। ଏହା ଆପଣ ପୋଗ୍ରାମ୍‌ ଲାଇଭ୍‌ ଚାଲିଥିବା ବେଳେ କରିପାରିବେ। ଆପଣ ଯଦି ସଠିକ୍‌ ଉତ୍ତର ଦେଉଛନ୍ତି ତାହାଲେ ଆପଣଙ୍କୁ ନମ୍ବର ଦିଆଯିବ। ଯାହାଦ୍ୱାରା ଆପଣ ହଟ୍‌ସିଟ୍‌ ପର୍ଯ୍ୟନ୍ତ ଯାଇପାରିବେ। Jio ଜ୍ୟାକ୍‌ପଟ୍‌ରେ ଏକାଥରେ ୩୦ ଲକ୍ଷ Jio ‍ବ୍ୟବହାରକାରୀ ଏହି ଖେଳ ଖେଳିପାରିବେ।

KBC ପାଇଁ ରେଜିଷ୍ଟ୍ରେସନ୍

KBC ସିଜନ୍‌ ୧୦ ପାଇଁ ୬ ଜୁନ୍‌ରୁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇସାରିଲାଣି। SMS, IVR system, ଫୋନ୍‌ କଲ୍‌, KBC ମୋବାଇଲ ଆପ୍‌ ଓ ଅନ୍‌ଲାଇନ୍‌ ଦ୍ୱାରା ଏହି ରେଜିଷ୍ଟ୍ରେସନ୍ କରିପାରିବେ। ଏହିପରି ଭାବରେ ରେଜିଷ୍ଟ୍ରେସନ୍ କରିଥିବା Jio ବ୍ୟବହାରକାରୀଙ୍କୁ ଇ-ମେଲ୍‌ ବା ମେସେଜ୍‌ ଦ୍ୱାରା ଆଗାମୀ ‘ଶୋ’ର ତାରିଖ ସୂଚୀତ କରାଯିବ।

ଯଦି ଆପଣଙ୍କ ପାଖରେ Jio ଛଡ଼ା ଅନ୍ୟ କମ୍ପାନୀର କନେକ୍ସନ୍‌ ବ୍ୟବହାର କରୁଛନ୍ତି। ତା’ହାଲେ ଆପଣ KBC Play Along ଖେଳିପାରିବେନାହିଁ। ତେଣୁ ଆପଣ IVR system, ସୋନି ଲାଇଭ୍‌ ଆପ୍‌ ଓ ୱେବ୍‌ସାଇଟ୍‌ ଦ୍ୱାରା ଲାଇଭ୍‌ ଖେଳିପାରିବେ।

 

 

You might also like