ଆସାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଆସାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଆସାମ : ଆସାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆସାମ୍ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସେ ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତରେ ଯାଇଛନ୍ତି। ଆଜି ଗୌହାଟି ବିମାନବନ୍ଦରରେ ପହଞ୍ଚିବା ପରେ ଆସାମ ବିଜେପି ସଭାପତି ରଣଜିତ ଦାସଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ସହିତ ଆସାମ୍ ବିଜେପିର ସହ ପ୍ରଭାରୀ ପବନ ଶର୍ମା ମଧ୍ୟ ଗୌହାଟୀ ଗସ୍ତରେ ଯାଇଛନ୍ତି।

ଉଭୟ ଆସାମରେ ଦଳର ସାଙ୍ଗଠନିକ ସ୍ଥିତି ନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହାପୂର୍ବରୁ ବୈଜୟନ୍ତ ସଫଳତାର ସହ ମଣିପୁର ଉପନିର୍ବାଚନ ପରିଚାଳନା କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମ୍ ବିଜେପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା ।

 

You might also like