ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ITBP ଯବାନ

କିନୌର: ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ୍‌(ITBP)। ଶୁକ୍ରବାର ଦିନ ହିମାଚଳ ପ୍ରଦେଶ କିନୌର ଜିଲ୍ଲା ପୂର୍ବାଣି ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍‌ ନିଆଁ ଲାଗିଯିବା ଯୋଗୁ ଅଗ୍ନିକାଣ୍ଡରେ ଲୋକମାନେ ଫସି ଯାଇଥିଲେ। ତେବେ ଆଇଟିବିପି ଯବାନ ସୁରକ୍ଷିତ ଭାବେ ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ।

ଖବର ପାଇ ପ୍ରଶାସନ, ପୋଲିସ୍‌, ସେନା, ଆଇଟିବିପି ଯବାନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ବିପନ୍ନଙ୍କୁ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଗାଁର ପ୍ରାୟ ୧୩ଟି ଘର ପୋଡ଼ି ପାଉଁଶ ହେବାସହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

You might also like