ଆୟକର ରିଟର୍ଣ୍ଣସ ଶେଷ ତାରିଖ ଆଉ ମାସେ ବଢ଼ିଲା

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ ଅବଧି ଆଉ ଏକ ମାସ ଘୁଂଚାଇଛନ୍ତି ସିବିଡିଟି। ପୂର୍ବରୁ ଆୟକର ରିଟର୍ଣ୍ଣସର ଶେଷ ତାରିଖ ଜୁଲାଇ ୩୧ ନିର୍ଦ୍ଧାରିତ ହୋଇଥିଲା।  ରିଟର୍ଣ୍ଣସ ଅବଧି ଘୁଂଚିବା ପରେ ବିନା ଜରିମାନାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣସ ଦାଖଲ କରିହେବ। ସୂଚନା ଅନୁସାରେ, ଆୟକର ରିଟର୍ଣ୍ଣସ ତାରିଖ ଘୁଂଚାଇବାକୁ ବିଭିନ୍ନ ଆଡୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା।

ଅଗଷ୍ଟ ୩୧ ତାରିଖ ପରେ ରିଟର୍ଣ୍ଣସ ଦାଖଲ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର ଥିବା ଆୟକରଦାତା ବିଳମ୍ବରେ ରିଟର୍ଣ୍ଣସ ଦାଖଲ କଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

 

You might also like