କରୋନାରେ ଆକ୍ରାନ୍ତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ଜେରୁଜେଲମ: ମହାମାରୀ କରୋନାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆକ୍ରାନ୍ତ ହୋଇଛନ୍ତି। ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଇସ୍ରାଏଲର ଏହି ୭୦ ବର୍ଷୀୟ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଆଗାମୀ ଦିନରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେଞ୍ଜାମିନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଇସ୍ରାଏଲ ମିଡିଆର ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ନେତାନ୍ୟାହୁ ଏବଂ ବିରୋଧୀ ଦଳର ସାଂସଦମାନେ ଏକ ସଂସଦ ଅଧିବେଶନରେ ଉପସ୍ଥିତ ଥିଲେ। ସହଯୋଗୀ ଆକ୍ରାନ୍ତ ଜଣଙ୍କ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। କରୋନା ଭାଇରସର ମୁକାବିଲା ଲାଗି ଏହି ବୈଠକ ହୋଇଥିଲା।

ଏଯାବତ 180ରୁ ଅଧିକ ଦେଶକୁ କରୋନା ବ୍ୟାପିଛି। ସେଥିମଧ୍ୟରେ ଇସ୍ରାଏଲ ରହିଛି। ଏଯାବତ ୪ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।

You might also like