ଆଧାର କାର୍ଡ଼ ସହ ଲିଙ୍କ୍ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର?

ଆଧାର ସହ କେମିତି କରିବେ ମୋବାଇଲ ନମ୍ବର ଅପଡ଼େଟ୍?

ଆଧାର ସହ କେମିତି କରିବେ ମୋବାଇଲ ନମ୍ବର ଅପଡ଼େଟ୍?

ବିନା ଡକ୍ୟୁମେଣ୍ଟରେ ଅପଡ଼େଟ୍ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଆଧାର କାର୍ଡ ସହ ଲିଙ୍କ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର? କୌଣସି କାରଣରୁ ଅପଡେଟ୍ ହୋଇପାରିନାହିଁ ମୋବାଇଲ ନମ୍ବର? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ବିନା କୌଣସି ଡକ୍ୟୁମେଣ୍ଟରେ ଆପଣ ଆଧାର କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ ବୋଲି ଜଣାଯାଇଛି। ଏନେଇ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ନିକଟରେ ଏକ ଟୁଇଟ୍ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।

UIDAI ଟ୍ୱିଟ୍ କରିଛି ଯେ, ଆଧାର ନମ୍ବର ସହିତ ମୋବାଇଲ୍ ନମ୍ବର ଯୋଡିବା ପାଇଁ କୌଣସି ଡକ୍ୟୁମେଣ୍ଟ୍ ଆବଶ୍ୟକ ନାହିଁ। ଆପଣଙ୍କୁ କେବଳ  ଆଧାର କାର୍ଡ ନେଇ ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯିବାକୁ ପଡିବ। ଆଧାର ସେବା କେନ୍ଦ୍ରରେ ମୋବାଇଲ୍ ନମ୍ବର ଯୋଡିବା କିମ୍ବା ଅପଡେଟ୍ କରିପାରିବେ।

ତେବେ ଜାଣିରଖନ୍ତୁ,  ଆଧାର କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଧାର ସହିତ ଜଡିତ ବିଭିନ୍ନ ସେବା ପାଇବାରେ ଏହା ଆପଣଙ୍କୁ ସାହାଯ୍ୟ କରେ । ଉଦାହରଣ ସ୍ୱରୂପ, ଯଦି ମୋବାଇଲ୍ ନମ୍ବର ଅପଡେଟ୍ ହୁଏ, ତେବେ ଆପଣ ଘରେ ବସି ଆଧାର କାର୍ଡରେ ନାମ, ଠିକଣା ଅନୁଯାୟୀ ସବିଶେଷ ତଥ୍ୟ ଅପଡେଟ୍ କରିପାରିବେ। ଏଥିସହ ଆୟକର ରିଟର୍ଣ୍ଣ ଇ-ଯାଞ୍ଚ କରାଯାଇପାରିବ ମଧ୍ୟ। ଏହା ବ୍ୟତୀତ, ଆପଣ EPF ସହିତ ଜଡିତ ଅନେକ ପ୍ରକାରର ସେବାଗୁଡିକର ଲାଭ ମଧ୍ୟ ଅତି ସହଜରେ ଉଠାଇପାରିବେ।

ତେବେ ଆଜିର ଯୁଗରେ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ୧୨ ଅଙ୍କ ବିଶିଷ୍ଟ ପରିଚୟ ସଂଖ୍ୟା (ଆଧାର ସଂଖ୍ୟା) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଧାର କାର୍ଡ କେବଳ ଆମର ଠିକଣା ଯାଞ୍ଚ କରେ ନାହିଁ, ବରଂ ପରିଚୟ ମଧ୍ୟ ଯାଞ୍ଚ କରେ। ତଥାପି, ଏକକାଳୀନ ବିଭିନ୍ନ ସେବା ପାଇବା ପାଇଁ ଆଧାର କାର୍ଡ ଏବଂ ମୋବାଇଲ୍ ନମ୍ବର ସହିତ ଏକ ଲିଙ୍କ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆପଣଙ୍କର ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଆବଶ୍ୟକ। ଏହାର ସିଧାସଳଖ ଅର୍ଥ ହେଉଛି ଆପଣ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର ଆଧାର କାର୍ଡ ସହିତ ଲିଙ୍କ୍ ହେବା ଉଚିତ୍।

କାରଣ ବର୍ତ୍ତମାନ ସମୟରେ ଆଧାର କାର୍ଡକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରାଯାଉଛି। ଅନ୍ୟ ପରିଚୟ ପତ୍ର ଅପେକ୍ଷା ସରକାରୀ କିମ୍ବା ବେସରକାରୀ ସ୍ତରରେ ଆଧାର କାର୍ଡ ଅଧିକ ଗ୍ରହଣୀୟ ହେଉଥିବା ଦେଖାଯାଉଛି। ତେଣୁ ଡେରି ନକରି ଏହି ଉପାୟରେ ନିଜ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ ଅପଡେଟ୍ କରାଇନିଅନ୍ତୁ।

You might also like