କରୋନାକୁ ହରାଇବ ଏହି ଔଷଧ !

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱ ଔଷଧ ଖୋଜିବାରେ ଲାଗିଛି। ତେବେ କରୋନାକୁ ମାତ ଦେବାରେ କେତେକାଂଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ସହାୟକ ହେଉଥିବା ବେଳେ ଏବେ ଆଉ ଏକ ଔଷଧର ନାଁ ସାମ୍ନାକୁ ଆସିଛି। ତା’ର ନାଁ ହେଉଛି ରେମଡେସିଭିର।

ରେମଡେସିଭିର ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲ।

ଆଜି ଆଇସିଏମଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି, କରୋନା ମୁକାବିଲାରେ ଏହି ମେଡିସିନ୍ କାମରେ ଲଗାଇବାକୁ ପରୀକ୍ଷା ଚାଲିଛି ଓ କେତେକାଂଶରେ ସଫଳ ମଧ୍ୟ ହୋଇଛି। ତେବେ ବର୍ତ୍ତମାନ ସମୟରେ ରେମଡେସିଭିର ଷ୍ଟକ୍ ନାହିଁ ଓ ଫାର୍ମା କଂପାନୀମାନଙ୍କୁ ଏହାକୁ ତିଆରି କରିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି। ଉପଯୁକ୍ତ ପରୀକ୍ଷା ପରେ ହିଁ ଯାଇ ଏହାକୁ ବ୍ୟବହାର କରାଯିବ କି ନାହିଁ ତା’ର ନିଷ୍ପତ୍ତି ନିଆଯିବ।

You might also like