ସିଭିଲ୍‌ କନଷ୍ଟେବଲ୍‌ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ସିଭିଲ କନଷ୍ଟେବଲ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଚୂଡାନ୍ତ ଯୋଗ୍ୟ ତାଲିକାରେ ନାଁ ଥାଇ ମଧ୍ୟ ନିଯୁକ୍ତିରୁ ବାଦ୍‌ ପଡ଼ିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ  ଛାତ୍ରଛାତ୍ରୀମାନେ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ନିଯୁକ୍ତି ପାଇଁ ଶାରୀରିକି ଓ ଲିଖିତ ପରୀକ୍ଷା ହୋଇଥିଲା। ଏଥିରେ ଉପକୃତ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଛାତ୍ରଛାତ୍ରୀଙ୍କ ନାଁ ବାହାରିଥିଲା। ତେବେ ନିଯୁକ୍ତି ପୂର୍ବରୁ ପୁଣି ଥରେ ସଂଶୋଧିତ ତାଲିକା ବାହାର କରାଯାଇଥିଲା। ଯେଉଁଥିରେ ସେମାନଙ୍କ ନାଁ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ପୂର୍ବ ତାଲିକା ଅନୁସାରେ ନିଯୁକ୍ତି ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ସେପଟେ ଅଭିଯୋଗକୁ ସମ୍ବଲପୁର ଏସ୍‌ପି ଖଣ୍ଡନ କରିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

You might also like