ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଧ୍ୱଂସୀ କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ୨୦କିଲୋମିଟର ଉଚ୍ଚତା ମଧ୍ୟରେ ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଅତି ସହଜରେ ଧ୍ୱଂସ କରିବାର କ୍ଷମତା ରଖିଛି। ଆଜି ସକାଳ ସାଢ଼େ ୧୧ରେ ଏହାର ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଛି।

ଗତବର୍ଷ ମାର୍ଚ୍ଚ ମାସରେ ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା। ଏହି ମିଜାଇଲର ଉଚ୍ଚତା ୭.୫ ମିଟର ରହିଛି। ଏହି ସିଙ୍ଗିଲ୍ ଷ୍ଟେଜ ମିଜାଇଲ୍ ଇଣ୍ଟରନାଲ୍ ନାଭିଗେସନ୍ ସିଷ୍ଟମ ଦ୍ୱାରା ପରିଚାଳିତ ହୋଇଥାଏ। ଆଜିର ପରୀକ୍ଷା ସମୟରେ ଅବଦୁଲ କଲାମ ଦ୍ୱୀପ ଓ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like