ଆନ୍ତଃ ଜିଲ୍ଲା ଟି-20; କଟକ ଚାମ୍ପିୟନ

କଟକ: ଟୁଇନ ସିଟି ରେ ଶେଷ ହୋଇଥିବା OCA ଆନ୍ତଃ ଜିଲ୍ଲା ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କଟକ ଚାମ୍ପିୟନ ହୋଇଛି। କଟକ ବାରବାଟୀ ଷ୍ଟାଡିୟମ ରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପୂର୍ବତଟ ରେଳ ପଥ କୁ ୭ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି।

କଟକ ନିର୍ଦ୍ଧାରିତ ୨୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୩୦ ରନ ସ୍କୋର କରିଥିଲା। ଜବାବରେ ପୂର୍ବତଟ ରେଳପଥ ୭ ଉଇକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ଲିଗରେ କଟକ ଏ ଟିମର ଖେଲାଳି ବିପ୍ଳବ ସାମନ୍ତରାୟ ଗୋଟିଏ ଶତକ ଏବଂ ୨ଟି ଅର୍ଦ୍ଧଶତକ ସହ ସର୍ବାଧିକ ୩୬୦ ରନ କରିଛନ୍ତି।

ସେପଟ ପୂର୍ବତଟ ରେଳପଥର ଜୟନ୍ତ ବେହେରା ୨୦ ଟି ଉଇକେଟ ଅକ୍ତିଆର କରିଛନ୍ତି। ଏହି ଲିଗରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଜାନୁଆରୀ ୧୦  ତାରିଖରେ ହେବାକୁ ଥିବା BCCI ସୟେଦ ମୁସ୍ତାକ ଅଲ୍ଲୀ ଟି-20 ପାଇଁ ଓଡ଼ିଶା ଦଳରେ ସ୍ଥାନ ମିଳିବ।

You might also like