ସାମ୍ନାକୁ ଆସିଲା କରୋନାର ପ୍ରଥମ ଫଟୋ

ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ- ସବୁଠୁ ଚର୍ଚ୍ଚାରେ ଥିବା କରୋନା ଭାଇରସ ଦେଖିବାକୁ କେମିତି ? ଯାହାକୁ ନେଇ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ଏସବୁ ଭିତରେ  କରୋନାର ଫଟୋ ଏବେ ସାମ୍ନାକୁ ଆସିଛି।

ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ରୁ ମାଇକ୍ରୋସ୍କୋପ୍‌ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ଭାଇରସ୍‌ର ପ୍ରକୃତ ନାମ Severe acute respiratory syndrome coronavirus 2 (Sars-CoV-2)। ଯାହାକି ଏବେ ନୋଭେଲ୍‌ କରୋନା ଭାଇରସ୍‌ ନାମରେ ଏବେ ସବୁଆଡ଼େ ଚର୍ଚ୍ଚାରେ ରହିଛି ଏହି ଭାଇରସ୍‌। କେରଳରେ ଜାନୁଆରୀ ୩୦ରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା।

ଏହି ମାଇକ୍ରୋସ୍କୋପି ଫଟୋଟି Indian Journal of Medical Research (IJMR)ର ସଦ୍ୟ ପ୍ରକାଶିତ ସଂସ୍କରଣରେ ପ୍ରକାଶିତ ହୋଇଛି।

ଗତବର୍ଷ ଚାଇନାର ଉହାନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍‌ ସାରା ବିଶ୍ୱରେ ମୃତ୍ୟୁରେ ତାଣ୍ଡବ ଲୀଳା ଚଲାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ,ଭାରତରେ ବର୍ତ୍ତମାନ ସୁଦ୍ଧା 17ଜଣଙ୍କ ମୃତ୍ୟୁ ଘଟିଛି। 640 ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବାବେଳେ 67 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

You might also like