ଟ୍ରେନ ଚଳାଚଳ ପାଇଁ ରେଲୱେର ପ୍ରସ୍ତୁତି ଆରମ୍ଭ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ୨୧ ଦିନ ପରେ, ଏପ୍ରିଲ ୧୫ ରୁ ରେଲୱେ ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଥିବା ସୂଚନା ମିଳିଛି।

ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ୨୧ ଦିନର ଲକଡାଉନ ସରିବା ପରେ, ଏପ୍ରିଲ ୧୫ରୁ ରେଲୱେ ବାତିଲ ହୋଇଥିବା ଏହାର ପାସେଞ୍ଜର  ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଛି ବୋଲି ସୂଚନା ମିଳିଛି।

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି। ଫଳରେ ରେଲୱେ ଏହାର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ବନ୍ଦ ରଖିଛି। ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଉଡାଣ, ବସ ଚଳାଚଳ ମଧ୍ୟ ବନ୍ଦ ରହିଛି।

You might also like