ପୁଣି ୪୩ ଚାଇନିଜ୍ ଆପ୍ ବ୍ୟାନ୍ କଲେ ଭାରତ ସରକାର
ନୂଆଦିଲ୍ଲୀ: ଭାରତର ସୁରକ୍ଷା ଓ ଅଖଣ୍ଡତାକୁ ବିପଦ ଦର୍ଶାଇ ପୁଣି ୪୩ ଚାଇନିଜ୍ ମୋବାଇଲ୍ ଆପ୍ ବ୍ୟାନ କଲେ ଭାରତ ସରକାର। ସୂଚନା ପ୍ରଯୁକ୍ତିବିଦ୍ୟା ଧାରା 69A ଅନୁସାରେ ଆପ୍ଗୁଡ଼ିକୁ ବ୍ୟାନ୍ କରାଯାଇଛି। ଏହା ପୂର୍ବରୁ ପ୍ରଥମେ ୨୯ ଜୁନ୍ରେ ୫୯ ଆପ୍ ବ୍ୟାନ୍ କରିଥିଲେ ସରକାର। ପୁଣି ସେପ୍ଟେମ୍ବର ୨ ତାରିଖରେ ୧୧୮ଟି ଆପ୍ ବ୍ୟାନ୍ କରାଯାଇଥିଲା।
ଏବେ ପୁଣି ୪୩ ଆପ୍ ବ୍ୟାନ୍ ହୋଇଛି। ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ସୁରକ୍ଷା ଦିଗରେ ବେଆଇନ୍ କାର୍ଯ୍ୟ କରୁଥିବାରୁ ଏଗୁଡ଼ିକୁ ବନ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ବ୍ୟାନ୍ ହୋଇଥିବା ଚାଇନିଜ୍ ଆପ୍ଗୁଡ଼ିକ ଭାରତୀୟ ଗ୍ରାହକମାନେ ଆକ୍ସେସ୍ କରିପାରିବେ ନାହିଁ।
ଇଲେକ୍ଟ୍ରୋନିକ ଏବଂ ଇନ୍ଫର୍ମେସନ ଟେକ୍ନୋଲୋଜି ମନ୍ତ୍ରାଳୟ ଆପଗୁଡ଼ିକ ବ୍ୟାନ୍ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ସାଇବର କ୍ରାଇମ କୋର୍ଡିନେଟର ସେଣ୍ଟରରୁ ଆପ୍ ବିରୋଧରେ ଅଭିଯୋଗ ମିଳିବା ପରେ ବ୍ୟାନ୍ କରାଯାଇଛି। ତେବେ କେବଳ ଆପ୍ ନୁହେଁ ଲୋକପ୍ରିୟ ଚାଇନିଜ୍ ଅନ୍ଲାଇନ୍ ୱେବ୍ସାଇଟକୁ ମଧ୍ୟ ବ୍ୟାନ୍ କରିଛନ୍ତି ଭାରତ ସରକାର।
ଲୋକପ୍ରିୟ ସପିଂ ୱେବ୍ସାଇଟ୍ AliExpressର ଭାରତରେ ଆକ୍ସେସ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୱେବ୍ସାଇଟ୍ଟି ଏସିଆର ଦ୍ୱିତୀୟ ଧନୀକ ବ୍ୟକ୍ତି ଜ୍ୟାକ୍ମାଙ୍କ ଅଲିବାବା କମ୍ପାନୀର। ୱେବ୍ସାଇଟ୍କୁ ବ୍ୟାନ୍ କରି ଚାଇନାକୁ ଜବରଦସ୍ତ ଝଟ୍କା ଦେଇଛି ଭାରତ।
ବ୍ୟାନ୍ ହୋଇଥିବା ୱେବ୍ସାଇଟ୍ ଓ ଆପ୍ଗୁଡ଼ିକ ହେଲା-
AliExpress – Smarter Shopping, Better Living
Cashier Wallet
Jellipop Match-Decorate your dream island!
Munchkin Match: magic home building
Conquista Online II