ସ୍ୱଦେଶୀ ଅସ୍ତ୍ରରେ ଭାରତର ଶକ୍ତି ବଢାଇବ ସେନା

ନୂଆଦିଲ୍ଲୀ:  ଭାରତୀୟ ସେନାର ବଳ ବଢ଼ାଇବ ମେସିନ୍ ପିସ୍ତଲ। ଶହେ ମିଟର ଦୂରରୁ ଶତ୍ରୁପକ୍ଷକୁ କରିହେବ ଟାର୍ଗେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ମେସିନ୍ ପିସ୍ତଲ ନିର୍ମାଣ କରାଯାଇଛି । ଭାରତୀୟ ସ୍ଥଳସେନା ସହାୟତାରେ ଡିଆରଡିଓ ପକ୍ଷରୁ ଏହା ନିର୍ମାଣ କରାଯାଇଛି । ଖାଲି ମସିନ୍ ପିସ୍ତଲ ନୁହେଁ, ଅତ୍ୟାଧୁନିକ ଡ୍ରୋନ୍, ମାଇକ୍ରୋ କପ୍ଟର ଓ ଏକ୍ସପ୍ଲୋଡର ଭଳି ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ମସିନ୍ ନିର୍ମାଣ କରାଯାଇଛି ସ୍ୱଦେଶୀ ଜ୍ଞାନ କୌଶଳରେ । ଏକ ପ୍ରଦର୍ଶନୀରେ ଏସବୁ ଯୁଦ୍ଧାସ୍ତ୍ର ପ୍ରଦଶର୍ନ କରାଯାଇଛି।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ମସିନ୍ ଭାରତୀୟ ସ୍ଥଳସେନା ସହାୟତାରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ବା ଡିଆରଡିଓ ପକ୍ଷରୁ ନିର୍ମାଣ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ନିର୍ମାଣ ହୋଇଛି ମେସିନ୍ ପିସ୍ତଲ ASMI ।

ବର୍ତ୍ତମାନ ସେନାରେ ବ୍ୟବହାର ହେଉଥିବା ୯ ଏମଏମ୍ ପିସ୍ତଲର ସ୍ଥାନ ଏହି ନୂଆ ମସିନ୍ ପିସ୍ତଲ ନେଇପାରିବ ।ଶହେ ମିଟର ଦୂରରୁ ଏହି ମସିନ ପିସ୍ତଲ ସହାୟତାରେ ଶତ୍ରୁପକ୍ଷକୁ ସହଜରେ ଟାର୍ଗେଟ କରିହେବ। ଇସ୍ରାଏଲର UZI ସିରିଜର ଗନ୍ ସହ ଏହା ସମକକ୍ଷ ବୋଲି କୁହାଯାଉଛି ।

ସେହିପରି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଅତ୍ୟାଧୁନିକ ଡ୍ରୋନ। ଏହି ଡ୍ରୋନର ରହିଛି ରିଟ୍ରାଏବଲ ଲ୍ୟାଣ୍ଡିଂ ଗିୟର ସିଷ୍ଟମ। ତେଣୁ ଏହା ସହଜରେ ଯେକୌଣସି ସ୍ଥାନରେ ଲ୍ୟାଣ୍ଡିଂ କରିପାରିବ । ସିଭିଆରଡିଇ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଏବେ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି ।

ସେହିପରି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ମାଇକ୍ରୋକର । ଏହି ମାଇକ୍ରୋକରକୁ ଯେ କୌଣସି ଛୋଟ ଘର ଭିତରେ ସୁବିଧାରେ ରିମୋଟ୍ ସହାୟତାରେ ଉଡାଣ କରି ହେବ । ଫଳରେ ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଏହି ମାଇକ୍ରୋକର ପଠାଇ ସେମାନଙ୍କୁ ସହଜରେ ଠାବ କରିହେବ। ସମତଳ ହେଉ କିମ୍ବା ପାହାଡିଆ ସ୍ଥାନ, ସବୁଠି ଲ୍ୟାଣ୍ଡିଂ କରିବାର କ୍ଷମତା ଏହାର ରହିଛି।

ତାସହ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ଜିପିଏସ ଜାମର।  ଜିପିଏସ୍ ଜାମର ସହାୟତାରେ ରେଡିଓ ସିଗ୍‌ନାଲକୁ ବ୍ଲକ କରିହେବ। ଛୋଟ ଟ୍ୟାଙ୍କ ଭଳି ଦେଖାଯାଉଥିବା ଏହି ଯାନର ନାଁ ଏକ୍ସପ୍ଲୋଡ। ଯେକୌଣସି ସ୍ଥାନରେ ଏହା ଗତି କରିପାରିବ। ଗଡାଣିଆ ହେଉ କିମ୍ବା ଖାଲୁଆ ସ୍ଥାନ। ସବୁଠି ଅତି ସହଜରେ ଗତି କରିପାରୁଛି।  ରିମୋଟ ସହାୟତାରେ ଦୂରରୁ ଏହାକୁ ପରିଚାଳନା କରିହେଉଛି । ଶତ୍ରୁ ନିକଟକୁ ନଯାଇ ମଧ୍ୟ ଦୂରରୁ ଥାଇ ଏକ୍ସପ୍ଲୋଡର ମାଧ୍ୟମରେ ଶତ୍ରୁଙ୍କୁ ଟାର୍ଗେଟ କରିହେବ ।

ଏହାର ବିଶେଷତ୍ୱ, ଏଥର ୬ଟି ଚକ ରହିଛି । ଏହା ସହଜରେ ଆଗ ପଛ ହେବା ସହ ଖୁବ କମ ସମୟରେ ୩୬୦ ଡିଗ୍ରୀ ବୁଲିପାରୁଛି । ତାସହ ଏଥିରେ ଅତ୍ୟାଧୁନିକ ସେନ୍ସର ରହିଛି । ଯାହା କୌଣସି ବସ୍ତୁକୁ ଶୀଘ୍ର ଠାବ କରିପାରିବ

ଏହି ପ୍ରଦର୍ଶନୀରେ ବନ୍ଧୁକ ଗୁଳି ଭେଦ କରିପାରୁନଥିବା ଅତ୍ୟାଧୁନିକ ହେଲମେଟ ସହ ଡିଆରଡିଓ ସହାୟତାରେ ନିର୍ମାଣ ହୋଇଥିବା ଅନେକ ମସିନ୍ ରହିଛି ।

You might also like