ଗୁଳି ସରିଗଲା, କେବଳ ଛୁରୀ ସାହାଯ୍ୟରେ ଚୀନ ସେନାକୁ ଏମିତି ଶିକ୍ଷା ଦେଇଥିଲେ ଭାରତୀୟ ସେନା

ନୂଆଦିଲ୍ଲୀ: ନାଥୁଲା ପାସ୍‌ (Nathula Pass)ରେ ଚୀନ ସହ ହୋଇଥିବା ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଯୁଦ୍ଧରେ ଚୀନକୁ ଏମିତି ଏକ ଶିକ୍ଷା ମିଳିଥିଲା, ଯାହା ପରଠାରୁ ଚୀନ ଦୀର୍ଘ ୫୨ ବର୍ଷ ମଧ୍ୟରେ କେବେ ବି ଗୁଳି ଚଳାଇବାକୁ ସାହସ ଯୋଗାଡ଼ କରିପାରିନି। ଗୁଳି ସରିଯିବା ପରେ ବି ଭାରତୀୟ ଯବାନମାନେ ଚୀନ ସେନାଙ୍କୁ ଆରପାର କରି ଦେଇଥିଲେ। ଆର୍ମି ଏହି ବିଜୟ ସଫଳତାକୁ କେବେ ବି ଭୁଲି ପାରିବ ନାହିଁ। କୁହାଯାଏ,  ଏହି ଯୁଦ୍ଧ ପରେ ସିକ୍କିମ୍‌ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଇଲାକାରେ ସାମିଲ ହୋଇ ଯାଇଥିଲା। ପାରା ରେଜିମେଣ୍ଟର ଜଣେ ଅବସରପ୍ରାପ୍ତ କର୍ଣ୍ଣଲ ଜିଏମ୍‌ ଖାନ୍‌ ଏହି କଥା କହିଛନ୍ତି।

ଅତୀତର ସେହି ରୋମାଞ୍ଚକର ଘଟଣାକୁ ମନେ ପକାଇ କର୍ଣ୍ଣଲ କହନ୍ତି, ସେଦିନ ଥିଲା ୧୯୬୭ ସେପ୍ଟେମ୍ବର ୧୧ ତାରିଖ  । ହଠାତ୍‌ ସିକ୍କିମ୍‌-ତିବ୍ବତ୍‌ ସୀମା ଉପରେ ଚୀନ ଆକ୍ରମଣ କଲା। ଦୀର୍ଘ ୫ ଦିନ ଧରି ମୋର୍ଟାର ମାଡ କଲା। ସିକ୍କିମ୍‌-ତିବ୍ବତ ସୀମା ଭିତରକୁ ପଶିବାକୁ ଚୀନ ସେନା ଲଗାତାର ଚେଷ୍ଟା କରୁଥିଲେ। ହେଲେ ସୀମାନ୍ତରେ 17th Mountain Division ସେନା ସେମାନଙ୍କର ସବୁ ଚେଷ୍ଟାକୁ ବିଫଳ କରି ଦେଇଥିଲେ। ସେପ୍ଟେମ୍ବର ୧୫ ତାରିଖ ଯୁଦ୍ଧ ଶେଷ ହୋଇଥିଲା। ଗୁଳିଗୁଳାର ଶବ୍ଦ ବନ୍ଦ ହୋଇଥିଲା ସୀମାନ୍ତରୁ।

ସର୍ଦ୍ଦାର ସ୍ୱର୍ଣ୍ଣ ସିଂ ସେ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ତୁରନ୍ତ ଏହି ବାର୍ତ୍ତା ଦେଇଥିଲେ। ସେତିକି ନୁହେଁ, ଯୁଦ୍ଧ ଶେଷ ପରେ ବି ଆମର ଯବାନମାନେ ସମ୍ପୂର୍ଣ୍ଣ ସତର୍କ ଥିଲେ। କାରଣ ସେମାନେ ଚୀନ ସେନାଙ୍କୁ ଠିକ୍ ଭାବେ ବୁଝିପାରିଥିଲେ। ଆଉ ପ୍ରକୃତରେ ସେଇଆ ହିଁ ହୋଇଥିଲା।

ଯୁଦ୍ଧ ବିରତି ପରେ ଅକ୍ଟୋବର ୧ ତାରିଖ ଚୀନ ପୁଣି ନାଥୁଲା ଏବଂ ଚୋଲା ଉପରେ ପୁଣି ଆକ୍ରମଣ ଆରମ୍ଭ କରିଦେଲା। ଚୀନ ସେନା ଭାବିଥିଲେ, ଥଣ୍ଡା ଆରମ୍ଭ ହୋଇ ଯାଇଥିବାରୁ ଭାରତୀୟ ସେନା ୧୩ ହଜାର ଫୁଟ ଉଚ୍ଚରେ ଚୋଲା ପାଖରେ ଥିବା ତାଙ୍କର କ୍ୟାମ୍ପକୁ ଖାଲି କରି ଦେଇଥିବେ ଏବଂ ପୁଣି ଗରମ ପଡ଼ିଲେ ଆସିବେ। ଏଥର ଚୀନ କିନ୍ତୁ ପୁରା ପ୍ରସ୍ତୁତିର ସହ ସବୁ ଶକ୍ତି ଯୋଗାଡ କରି ଆକ୍ରମଣ କରିଥିଲା।

ଭାରତୀୟ ସେନା ଚୀନର ଏହି ଚାଲ ବୁଝି ପାରିଥିଲେ। ତେଣୁ ସେମାନେ କ୍ୟାମ୍ପ ଛାଡ଼ି ଯାଇ ନ ଥିଲେ। ଏମିତି ସ୍ଥିତି ହେଲା, ଚୀନ-ଭାରତ ସେନା ମୁହାଁମୁହିଁ ଯୁଦ୍ଧ କରିଥିଲେ।

ଭାରତୀୟ ସେନା ଏଥର ଚୀନକୁ କଡା ଯବାବ ଦେଇଥିଲେ। ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ସେନା ମିଡିୟମ ଆର୍ଟିଲାରୀ କୌଶଳ ବ୍ୟବହାର କରିଥିଲା। ଅକ୍ଟୋବର ୧୦ ତାରିଖ ଯାଏ ଯୁଦ୍ଧ ଲାଗିଲା। ସେଦିନ ଶନିବାର ଥିଲା। ଭାରତୀୟ ସେନା ସମସ୍ତ ଶକ୍ତି ଲଗାଇ ଚୀନ ବିରୁଦ୍ଧରେ ଲଢିଲା। ଯୁଦ୍ଧରେ ଚୀନର ପ୍ରାୟ ୩୫୦ ସେନା ନିହତ ହୋଇଥିଲେ। ଶେଷରେ ଚୀନ ଫେରି ଯାଇଥିଲା।

ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ 17th Mountain Divisionର ସାଗତ ସିଂହ। ଯୁଦ୍ଧ ସମୟରେ ହିଁ ନାଥୁଲା ଏବଂ ଚୋଲା ନିକଟରେ ସୀମା ନିକଟରେ ବାଡ ଲଗାଇବା କାମ ଆରମ୍ଭ କରାଯାଇଥିଲା। ବାଡ ଲଗା କାମ ବନ୍ଦ କରିବା ପାଇଁ ଚୀନ ବାରମ୍ବାର ଉଦ୍ୟମ କରୁଥିଲା। ହେଲେ ମେଜର ଜେନେରାଲ ସାଗତ ସିଂହଙ୍କ ନେତୃତ୍ୱରେ ୧୮ ରାଜପୁତ, ୨ ଗ୍ରେନେଡିୟର୍ସ ଏବଂ ପାୟନିୟର ଇଞ୍ଜିନିୟର୍ସଙ୍କ ସହାୟତାରେ ବାଡ ଲଗାଇବା କାମ ଶେଷ କରି ପାରିଥିଲେ।

ଏହି ଯୁଦ୍ଧରେ ଚୀନ ଶୋଚନୀୟ ଭାବେ ହାରି ଯାଇଥିଲା। ଏହି ଯୁଦ୍ଧରେ ଭାରତ ତାର ୮୮ ଜଣ ଯୋଦ୍ଧାଙ୍କୁ ହରାଇଥିଲା।  ଚୀନର ୩୪୦ ସେନା ନିହତ ହେବା ସହ ୪୫୦ ଆହତ ହୋଇଥିଲେ।

ଏହି ଯୁଦ୍ଧର ଆଉ ଏକ ଗୌରବମୟ ଘଟଣା ରହିଛି। ୧୯୬୭ରେ ହୋଇଥିବା ଏହି ଯୁଦ୍ଧରେ ଜେନେରାଲ ପିପି କୁମାରମଙ୍ଗଳମଙ୍କ ନେତୃତ୍ୱରେ ଗୁରଖା ରେଜିମେଣ୍ଟର କୃଷ୍ଣ ବାହାଦୁର, ଦେବୀ ପ୍ରସାଦ ଖୁବ ସାହାସର ସହ ଲଢିଥିଲେ। ଏଇ ବାହାଦୁର ଅଫିସର ଏବଂ ଯବାନଙ୍କ ବିଷୟରେ ଶୁଣିବାକୁ ମିଳେ ଯେ,  ଯୁଦ୍ଧ ଚାଲିଥିବାବେଳେ ହଠାତ୍ ଗୁଳି ସରିଗଲା। ଏମାନେ ନିଜ ପାଖରେ ଥିବା ଛୁରୀରେ ଅନେକ ଚୀନ ସେନାଙ୍କୁ ମୃତ୍ୟୁ ମୁହଁକୁ ଫିଙ୍ଗି ଦେଇଥିଲେ।

ଯାହା ବି ହେଉ, ଏହି ଯୁଦ୍ଧ ପରେ ଚୀନ ଭାରତ ପାଖରେ ଆଉ କେବେ ନିଜ ଶକ୍ତି ଦେଖାଇବାର ସାହାସ ଦେଖାଇ ପାରନି ଚୀନ।

You might also like