ଆସନ୍ତାକାଲି ହାମିଲ୍‌ଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲ୍‌ଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଖେଳାଯିବ। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌  ପୂର୍ବରୁ ତିନିଟି ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିଥିବା ଟିମ୍ ଏହି ମ୍ୟାଚ୍‌ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍ ସୁଇପ୍‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍‌ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋର୍‌ଦାର୍‌ ଉଦ୍ୟମ କରିବ।

ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ ଜିତିଲେ ଭାରତ ପ୍ରଥମ ଥର ନ୍ୟୁଜିଲାଣ୍ଡ ମାଟିରେ କୌଣସି ଦିନିକିଆ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବ। ଶେଷ ଦିନିକିଆ ଆସନ୍ତା ୩ ତାରିଖରେ ୱିଲିଂଟନରେ ଖେଳାଯିବ।

ଏହାପରେ ଘରୋଇ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଫେବ୍ରୁଆରୀ ୬ ତାରିଖରୁ ୩ ଟିକିଆ ଟି-୨୦ ସିରିଜ୍‌ ଖେଳିବ।

You might also like