କରୋନା ମୁକାବିଲା: ପୁଣି ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ବିଶ୍ୱବାସୀ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି। ଏଭଳି ସଙ୍କଟ ବେଳେ ଅନ୍ୟ ଦେଶର ଆବଶ୍ୟକତାକୁ ଦେଖି ଭାରତ ସହଯୋଗର ହାତ ବଢ଼ାଉଛି।

ପ୍ରଥମେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ରପ୍ତାନୀ କରିବ ବୋଲି ଘୋଷଣା କରିବା ପରେ ଏବେ ଅନ୍ୟ ଦେଶକୁ ଗହମ ରପ୍ତାନୀ କରିବ ଭାରତ।

ଅନ୍ୟ ଦେଶକୁ ଗହମ ରପ୍ତାନୀ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।

ନରେନ୍ଦ୍ର ସିଂହ ତୋମାର ଟ୍ୱିଟ କରି କହିଛନ୍ତି, ଭାରତ ପାଖରେ ଗହମ ଆବଶ୍ୟକତାରୁ ଅଧିକ ମହଜୁଦ ରହିଛି। ଅନ୍ୟ ଦେଶ ଏବେ ଗହମ ପାଇଁ ନିବେଦନ କରିଛନ୍ତି। ତେଣୁ ଭାରତ ଏବେ ସେହି ଦେଶମାନଙ୍କୁ ଗହମ ଯୋଗାଇବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ନାଫେଡ଼ ୫୦ ହଜାର ଟନ୍ ଗହମ ଆଫଗାନିସ୍ତାନକୁ ଏବଂ ୪୦ ହଜାର ଟନ ଗହମ ଲେବନାନକୁ ପଠାଇବ।

Government-to-Government(G2G) ଟ୍ରେଡିଙ୍ଗ ବ୍ୟବସ୍ଥା ଅନୁଯାୟୀ ରପ୍ତାନୀ କରାଯିବ।

You might also like