ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ। ସୁଟିଂରୁ ଭାରତକୁ ମିଳିଛି ପ୍ରଥମ ପଦକ। ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାରଙ୍କୁ ମିଳିଲା ବ୍ରୋଞ୍ଜ। ମିକ୍ସଡ୍‌ ଡବଲ୍ସ୍ ଟିମ୍‌ ଇଭେଣ୍ଟ୍‌ରେ ୪୨୯.୯ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଯୋଡ଼ି। ଏହି ପ୍ରତିଯୋଗିତାରେ ଚାଇନିଜ୍‌ ତାଇପେକୁ ସ୍ୱର୍ଣ୍ଣ ଓ ଚୀନ୍‌କୁ ରୌପ୍ୟ ପଦକ ମିଳିଛି।

ସେପଟେ ଏସିଅାନ ଗେମ୍ସର ପ୍ରଥନ ଦିନରେ ଭାରତୀୟ ମହିଳା କବାଡିକୁ ପ୍ରାରମ୍ଭିକ ସଫଳତା ଅାଜି ଖେଳାଯାଇଥିବା ଏସିଅାମ ଗେମ୍ସରେ ଜାପାନକୁ ପରାସ୍ତ କରିଛି ଭାରତୀୟ ମହିଳା କବାଡି ଦଳ। ଏକତରଫା ଭାବେ ୪୩-୧୨ ପଏଣ୍ଟରେ ମ୍ୟାଚ୍‌କୁ ଜିତି ନେଇଛି ମହିଳା କବାଡ଼ି ଦଳ। ଭାରତୀୟ ମହିଳା ଦଳ ଖେଳ ଅାରମ୍ଭରୁ ଭଲ ପ୍ରଦର୍ଶନ କରିବା ସହ ଜାପାନକୁ କୌଣସି ସୁଯୋଗ ଦେଇନଥିଲା।

You might also like