ଦିନକରେ ଚିହ୍ନଟ ହେଲେ ୨୨,୨୭୨ କରୋନା ପଜିଟିଭ୍, ସୁସ୍ଥ ସଂଖ୍ୟା ଟପିଲା ୯୭,୪୦ ଲକ୍ଷ

ନୂଆଦିଲ୍ଲୀ: ଆଜି ଦେଶରେ ମୋଟ କରୋନା ସଂଖ୍ୟା ୧,୦୧,୬୯,୧୧୮ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର ଦେଇଥିବା ରିପୋର୍ଟରେ ଦିନକରେ ଦେଶରେ ୨୨,୨୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ସୁସ୍ଥ ସଂଖ୍ୟା ୯୭,୪୦ ଲକ୍ଷ ଟିପିଛି।

ଶନିବାର ସକାଳସୁଦ୍ଧା ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧.୪୭, ୩୪୩ ହୋଇଛି। ୨୪ ଘଣ୍ଟାରେ ୩୩୬ ଜଣଙ୍କର ଜୀବନ ଯାଇଛି। ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଦେଶର ମୋଟ ମୃତ୍ୟୁ ସଂଖ୍ୟାର ୭୦ ପ୍ରତିଶତ ମୃତ୍ୟୁ ଶରୀରେ ଥିବା ଏକାଧିକ ରୋଗ କାରଣରୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ତେବେ ଦେଶରେ ଶନିବାର ସକାଳ ସୁଦ୍ଧା ୨,୮୧,୬୬୭ କରୋନା କେସ୍ ସକ୍ରିୟ ରହିଛି। ଯାହା ମୋଟ ସଂକ୍ରମଣର ମାତ୍ର ୩ ପ୍ରତିଶତ। ସେହିପରି ମୋଟ ୯୭,୪୦,୧୦୮ ଜଣ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟର ଆଜିର ତଥ୍ୟ ଅନୁସାରେ ଦିନକରେ ସୁସ୍ଥ ହୋଇଛନ୍ତି ୨୨,୨୭୪ ଜଣ। ବିଗତ ୨୯ ଦିନ ହେଲା  ଭାରତରେ ଧୀରେ ଧୀରେ କରୋନା ସଂକ୍ରମଣ କମୁଛି, ଆଉ ସୁସ୍ଥ ସଂଖ୍ୟାରେ ବୃଦ୍ଧି ହେଉଛି।

ଆମ ରାଜ୍ୟ ଓଡ଼ିଶାରେ କରୋନା ସ୍ଥିତି ପୂର୍ବଭଳି ନଥିବା ବେଳେ ଧୀରେଧୀରେ ସ୍ଥିତି ବିଗୁଡ଼ୁଥିବା ଦେଖା ଦେଉଛି। କାରଣ ରାଜ୍ୟରେ ପୁଣି ଫେରିଛି କଣ୍ଟେନ୍‌ମେଣ୍ଟ ଜୋନ୍ ବ୍ୟବସ୍ଥା।  କଟକ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି କଟକ ଉପଜିଲ୍ଲାପାଳ। ଗାଁରୁ କରୋନାରେ ଜଣେ ଆଖିବୁଜିବା ଏବଂ ୧୪ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। 

ଅନ୍ୟପଟେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ଦିନକରେ ୩୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟିନ୍‌ରେ ଥିଲେ ଏବଂ ୧୪୦ ଲୋକାଲ କେସ୍ ରହିଛି।  ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରହିଛି। ଏମାନଙ୍କ ମଧ୍ୟରୁ ୩୨୩୩୭୮ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ସକ୍ରିୟ କେସ୍ ରହିଛି ୨୯୧୩।

ଅଜି ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛି। ଏହି ଜିଲ୍ଲାରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଓ ଖୋର୍ଦ୍ଧାରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀର ୨୭, ଅନଗୁଳ ୨୩, କଟକ ୨୬, ମୟୂରଭଞ୍ଜରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଜିଲ୍ଲାରୁ ଆଜି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।  ବାଲେଶ୍ୱରରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଆଖିବୁଜିଛନ୍ତି । ସେ ହାଇପର ଟେନ୍‌ସନ୍‌ରେ ପୀଡିତ ଥିଲେ।  ସେହପରି ଭୁବନେଶ୍ୱରରୁ ଜଣେ ୫୫ ବର୍ଷୀୟ ରୋଗୀ ଆଖି ବୁଜିଥିଲେ ଏବଂ ପୂର୍ବରୁ ସେ ଡାଇବେଟିକ୍‌ରେ ପୀଡିତ ଥିଲେ।

ସେହିପରି ମୟୂରଭଞ୍ଜର ଜଣେ ୫୭ ବର୍ଷର ବ୍ୟକତ୍‌ କିଡନୀ ରୋଗରେ ପୀଡିତ ଥିବାବେଳେ କରୋନାରେ ଆଖି ବୁଜିଛନ୍ତି। ସେହିପରି ଜଣେ ସୁନ୍ଦରଗଡର ଜଣେ ୭୧ ବର୍ଷୀୟ ବୃଦ୍ଧା ହୃଦ୍‌ରୋଗରେ ପୀଡିତ ଥିଲେ ଏବଂ କରୋନାରେ ଆଖି ବୁଜିଥିବା ଜଣାଯାଇଛି।

ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।  ବାଲେଶ୍ୱରରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଆଖିବୁଜିଛନ୍ତି । ସେ ହାଇପର ଟେନ୍‌ସନ୍‌ରେ ପୀଡିତ ଥିଲେ।  ସେହପରି ଭୁବନେଶ୍ୱରରୁ ଜଣେ ୫୫ ବର୍ଷୀୟ ରୋଗୀ ଆଖି ବୁଜିଥିଲେ ଏବଂ ପୂର୍ବରୁ ସେ ଡାଇବେଟିକ୍‌ରେ ପୀଡିତ ଥିଲେ।

ସେହିପରି ମୟୂରଭଞ୍ଜର ଜଣେ ୫୭ ବର୍ଷର ବ୍ୟକତ୍‌ କିଡନୀ ରୋଗରେ ପୀଡିତ ଥିବାବେଳେ କରୋନାରେ ଆଖି ବୁଜିଛନ୍ତି।ସେହିପରି ଜଣେ ସୁନ୍ଦରଗଡର ଜଣେ ୭୧ ବର୍ଷୀୟ ବୃଦ୍ଧା ହୃଦ୍‌ରୋଗରେ ପୀଡିତ ଥିଲେ ଏବଂ କରୋନାରେ ଆଖି ବୁଜିଥିବା ଜଣାଯାଇଛି।

You might also like