ସୀମା ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ଭାରତ-ଚୀନ୍ ଉଦ୍ୟମ ଜାରି

ନୂଆଦିଲ୍ଲୀ: ଦୀର୍ଘ ୪ ମାସର ବିବାଦ ପରେ ଭାରତ ଓ ଚୀନ୍ ଏଥିରେ ପୂର୍ଣ୍ଣଛେଦ ପକାଇବାକୁ  ଉଦ୍ୟମ କରିଛନ୍ତି । ଏଥିଲାଗି ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ରୁଷର ମସ୍କୋରେ ଅନୁଷ୍ଠିତ ଏସିିଓ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟି ଦୁଇ ଘଣ୍ଟା ଧରି ଆଲୋଚନା କରି ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବାକୁ ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି।

ବିଭିନ୍ନ ସମୟରେ ହୋଇଥିବା ରାଜନୈତିକ ଆଲୋଚନାର ନିଷ୍କର୍ସକୁ ଗୁରୁତ୍ୱ ଦେଇ ବିଭେଦ ଯେପରି ବିବାଦର ରୂପ ନ ନେବ ସେଥିଲାଗି ମଧ୍ୟ ଯତ୍ନବାନ ହେବା ଉଚ୍ଚିତ ବୋଲି ଦୁହେଁ କହିଛନ୍ତି । ସେହିପରି ଏଲ୍ଏସିରେ ଦେଖାଦେଇଥିବା ପରିସ୍ଥିତି କାହାକୁ ଲାଭ ଦେବ ନାହିଁ । ଏଣୁ ସୀମାରେ ମୁତୟନ ଉଭୟ ଦେଶର ଯବାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଓ ଯଥାଶୀଘ୍ର ସୈନ୍ୟ ଅପସାରଣ ସହ ଉତ୍ତେଜନା ହ୍ରାସ ଲାଗି ଉପଯୁକ୍ତ ଦୂରତା ଅବଲମ୍ବନ କରିବା ଉଚ୍ଚିତ ।

ସୀମା ସଂପର୍କରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଓ ପ୍ରୋଟକଲକୁ ଦୁଇ ଦେଶ ସମ୍ମାନ ଦେବେ ବୋଲି ସହମତି ହୋଇଛି । ତା ସହିତ ସୀମାରେ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ଦୁହେଁ ରାଜି ହୋଇଛନ୍ତି । ସୀମାକୁ ନେଇ ଥିବା ସମସ୍ତ ଦ୍ୱନ୍ଦ ଦୂର ଲାଗି ସ୍ବତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା ଜାରି ରଖିବା ତା ସହିତ WMCC ମଧ୍ୟ ନିୟମିତ ଭାବେ ତାର ବୈଠକ ଜାରି ରଖିବାକୁ ଭାରତ ଓ ଚୀନ୍ ରାଜି ହୋଇଛନ୍ତି । ସୀମାରେ ଶାନ୍ତି ବଜାୟ ରଖିବା ଲାଗି ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବା ଉପରେ ସହମତି ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

You might also like