ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ନୂଆଦିଲ୍ଲୀ:ଭାରତ-ଚୀନ  ମଧ୍ୟରେ ଗତ ଜୁନ୍‌ ମାସରେ ଗଲୱାନ ଘାଟିର ହୋଇଥିବା ହାତାହାତି ସଂଘର୍ଷବେଳେ ଚୀନର କେତେ ସୈନିକ ନିହତ ହୋଇଥିଲେ ତାହା ଅଧିକାରୀ ସୂତ୍ରରୁ କୁହାଯାଇ ନ ଥିଲା। ତେବେ ଚୀନ୍‌ ଏବେ ମାନିଛି ଯେ, ଏହି ଗଣ୍ଡଗୋଳରେ ଚୀନର ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି।

ସରକାରୀ ସୂତ୍ରର କହିବା ଅନୁଯାୟୀ, ଭାରତ-ଚୀନ ମଧ୍ୟରେ ରାଜନୈତିକ, ସେନା ଅଧିକାରୀ ସ୍ତରରେ ଆଲୋଚନା ଚାଲିଥିବାବେଳେ ପ୍ରଥମଥର ପାଇଁ ଏପରି ତଥ୍ୟ  ପ୍ରକାଶ କରିଛି।

ଏହା ପୂର୍ବରୁ ବେଜିଂ ସ୍ୱୀକାର କରିଥିଲା ଯେ, ଏହି ହିଂସାରେ ତାଙ୍କର ଜଣେ କମାଣ୍ଡିଂ ଅଫିସରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ତେବେ ଭାରତୀୟ ଶୀର୍ଷ ଅଧିକାରୀମାନେ ଚୀନର ଏହି ସୂଚନାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଚୀନର ମୃତ୍ୟୁ ସଂଖ୍ୟା ଏହାଠାରୁ କେତେ ଅଧିକ। ଯଦି ଚୀନ ୫ ସୈନିକ ମରିଛନ୍ତି ବୋଲି କହୁଛି, ତେବେ ଏହାର ୩ ଗୁଣ ଅଧିକ ସୈନ୍ୟ ମରିଛନ୍ତି।

You might also like